କଏଦୀ ସ୍ଥାନାନ୍ତରକୁ ନେଇ ଆଠଗଡ଼ ସବ୍‌ଜେଲ୍‌ରେ ବ୍ୟାପକ ଭଙ୍ଗାରୁଜା

Advertisment
ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

IndieWire

ଆଠଗଡ଼: ଜଣେ କୁଖ୍ୟାତ ଅପରାଧୀଙ୍କ ସ୍ଥାନାନ୍ତର ନେଇ କଟକ ଜିଲ୍ଲାର ଆଠଗଡ଼ ସବ୍‌ଜେଲ୍‌ରେ ବୁଧବାର ସନ୍ଧ୍ୟାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁସାରେ କଏଦୀ ଜଣକ ଗତ ବର୍ଷ ଅକ୍ଟୋବର ଠାରୁ ଆଠଗଡ଼ ଜେଲରେ ରହି ଆସୁଥିଲେ। ତାଙ୍କୁ ଅନୁଗୁଳ ଜେଲ୍‌କୁ ସ୍ଥାନାନ୍ତର କରାଯିବାର ଥିଲା। ଏବାବଦରେ କଏଦୀ ଜଣକ ଜାଣିବା ପରେ ସେ ନିଜର ଅନ୍ୟ ସମର୍ଥକଙ୍କ ସହିତ ଭଙ୍ଗାରୁଜା କରିଛି। ସୂଚନା ପାଇଁ ଆଠଗଡ଼ ପୁଲିସ ପହଂଚି ଘଟଣାର ସମାଧାନ ପାଇଁ କଏଦୀକୁ କାଉନସିଲିଂ କରିଛି। କଏଦୀମାନେ ସିସିଟିଭି ସହ ଚୌକି-ଟେବୁଲ ଭାଙ୍ଗିବା ସହିତ ଜେଲ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ମୁତୟନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe