ଆସନ୍ତାକାଲି ପୁଲିସ୍‌ ଡିଜି ଅଭୟଙ୍କ ବାରିପଦା ଗସ୍ତ, ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ପରିଦର୍ଶନରେ ଯିବେ

Advertisment
ଆସନ୍ତାକାଲି ପୁଲିସ୍‌ ଡିଜି ଅଭୟଙ୍କ ବାରିପଦା ଗସ୍ତ, ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ପରିଦର୍ଶନରେ ଯିବେ

Update Odisha

ବାରିପଦା: ପୁଲିସ୍‌ ଡିଜି ଅଭୟ ଆସନ୍ତାକାଲି ବାରିପଦା ଗସ୍ତରେ ଆସିବାର କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି। ଦିନ ପ୍ରାୟ ଅଢ଼େଇଟାରେ ସେ ବାଲେଶ୍ବର ଗସ୍ତ ସାରି ବାରିପଦା ରିଜର୍ଭ ପୁଲିସ୍‌ ଗ୍ରାଉଣ୍ଡ୍‌ରେ ହେଲିକପ୍ଟର ଯୋଗେ ଅବତରଣ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ଅଭୟ ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ପରିଦର୍ଶନରେ ଯିବେ। ସେଠାରେ ପୁଲିସ୍‌ ବ୍ୟବସ୍ଥାର ସମୀକ୍ଷା କରିବା ସହିତ କିଛି ପୁଲିସ୍‌ ଥାନା ମଧ୍ୟ ପରିଦର୍ଶନ କରିବାର ଯୋଜନା ରହିଛି।

ବର୍ତ୍ତମାନ ପରିସ୍ଥିତିରେ ପଶ୍ଚିମବଙ୍ଗରୁ ଆସୁଥିବା ବ୍ୟକ୍ତି ଜିଲ୍ଲାପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ତେଣୁ ଯେପରି ସୀମା ଡେଇଁ କେହି ମୟୂରଭଞ୍ଜ ପଶି ନପାରିବେ ସେନେଇ ସ୍ଥିତି ନିରୀକ୍ଷଣ କରିବେ ପୁଲିସ୍‌ ଡିଜି। ନିକଟରେ ଜିଲ୍ଲାରେ ସୀମାଡେଇଁ ଯାଉଥିବା କିଛି ବ୍ୟକ୍ତିଙ୍କୁ ଅଟକେଇବାରୁ ପୁଲିସ୍‌ ଉପରେ ଆକ୍ରମଣ ଭଳି ଘଟଣା ଘଟିଛି। ଏନେଇ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ମଧ୍ୟ ସୀମା ସୁରକ୍ଷାର ନିରୀକ୍ଷଣ କରି ଫେରିଛନ୍ତି। କରୋନାରେ ଦିନରାତି ଏକକରି କର୍ତ୍ତବ୍ୟ କରୁଥିବା ପୁଲିସ୍‌ କର୍ମଚାରୀଙ୍କ ଉତ୍ସାହ ବଢ଼ାଇବା ନିମନ୍ତେ ଆସନ୍ତାକାଲି ଡିଜିପିଙ୍କ ଗସ୍ତ ବେଶ୍‌ ଗୁରୁତ୍ବପୂର୍ଣ୍ଣ ମନେହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe