ପୁଲିସ ଡିଜି ଅଭୟଙ୍କ କଳାହାଣ୍ଡି-କନ୍ଧମାଳ ଗସ୍ତ: ମାଓ ନିୟନ୍ତ୍ରଣ ପାଇଁ ପୁଲିସ ଓ ସିଆରପିଏଫ ସମନ୍ୱୟ ପାଇଁ ସମୀକ୍ଷା ବୈଠକ 

Advertisment
ପୁଲିସ ଡିଜି ଅଭୟଙ୍କ କଳାହାଣ୍ଡି-କନ୍ଧମାଳ ଗସ୍ତ: ମାଓ ନିୟନ୍ତ୍ରଣ ପାଇଁ ପୁଲିସ ଓ ସିଆରପିଏଫ ସମନ୍ୱୟ ପାଇଁ ସମୀକ୍ଷା ବୈଠକ 
ଭବାନୀପାଟଣା/ଫୁଲବାଣୀ: କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ମାଓ ଗତିବିଧି ବୃଦ୍ଧି ପାଉଥିବା ଯୋଗୁଁ ଏହାର ନିୟନ୍ତ୍ରଣ ପାଇଁ ପୁଲିସ ଓ ସିଆରପିଏଫ ମଧ୍ୟରେ ସମନ୍ୱୟ ଓ ଅପରେସନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ପୁଲିସ ଡିଜି ଅଭୟଙ୍କ ନେତୃତ୍ୱରେ ଭବାନୀପାଟଣା ସହରସ୍ଥିତ ପୁଲିସ ରିଜର୍ଭ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଆରପିଏଫ ଡିଜି କୂଳଦୀପ ସିଂ, ଗୁଇନ୍ଦା ବିଭାଗ ର ଅତିରିକ୍ତ ଡ଼ିଜି ଆରକେ ଶର୍ମା, ଆଇଜିପି ଅପରେସନ ଅମିତାଭ ଠାକୁର, ସିଆରପିଏଫ ଆଇଜିପି ଏସ.କେ ମହାନ୍ତି, କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର, ନବରଙ୍ଗପୁର ଏସପି ନିତିନ କୁଲସ୍କର, ସିଆରପିଏଫ ୬୪ ବାଟାଲିୟନ ର କମାଣ୍ଡଇନ ବିପ୍ଲବ ସରକାର, ଆସିଷ୍ଟାଣ୍ଡ କମାଣ୍ଡର ଏସ. ସୁଶ୍ରୀ ଆଞ୍ଚଳ ପ୍ରମୁଖ ଯୋଗ ଦେଇଥିଲେ ।
publive-image
ଏହି ବୈଠକରେ ଓଡ଼ିଶାର ୮ ଜିଲ୍ଲାରେ ସିଆରପିଏଫ କ୍ୟାମ୍ପ ରହିଛି । ସେଥି ମଧ୍ୟରୁ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଉଥିବା ଯୋଗୁଁ ସମନ୍ୱୟ ରକ୍ଷା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ଛତିଶଗଡ଼ ରାଜ୍ୟରୁ କଳାହାଣ୍ଡି ସୀମା ଦେଇ ମାଓବାଦୀଙ୍କ ଗତିବିଧି ଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ସିଆରପିଏଫ ଓ ପୁଲିସର ଅଧିକ ସମନ୍ୱୟ ରକ୍ଷା କରାଯାଇ ମାଓ ସମର୍ଥକ ଅପରେସନ ପାଇଁ ପ୍ରସ୍ତୁତ ରହିବାକୁ ପୁଲିସ ଡ଼ିଜି ଆହ୍ବାନ ଦେଇଥିଲେ । ସେହିଭଳି ମାଓବାଦୀ ମାନେ ହିଂସା ପଥରୁ ଓହରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଓଡ଼ିଶାରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଥଇଥାନ ପାଇଁ ଖୁବ ଭଲ ଯୋଜନା ରହିଛି । ତେଣୁ ମାଓବାଦୀମାନେ ଆତ୍ମ ସମର୍ପଣ କରି ଏଥିରେ ଉପକୃତ ହେବାକୁ ଡ଼ିଜି ଅଭୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ଅଭୟ। ବାଲିଗୁଡା ଥାନା ଖମଣଖୋଲ ସିଆରପିଏଫ କ୍ୟାମ୍ପରେ ସେ ଜିଲ୍ଲାରେ ଚାଲିଥିବା ମାଓଦମନ କାର୍ଯ୍ୟର ସମୀକ୍ଷା କରିଥିଲେ। କନ୍ଧମାଳରେ ପୂର୍ବ ଅପେକ୍ଷା ମାଓ କାର୍ଯ୍ୟକଳାପ କମିଛି।  ହେଲେ ଏବେବି ମାଓବାଦୀ ଉପସ୍ଥିତି ଜାହିର କରି ଚାଲିଥିବାରୁ ସେମାନଙ୍କୁ ଦମନ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସେ ଯବାନମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସେ ବନ୍ଧୁକ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଥିଲେ। ଆତ୍ମସମର୍ପଣ କଲେ ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଯଦି ହିଂସା ଘଟାଇବାକୁ ଉଦ୍ୟମ କରନ୍ତି। ଆଉ ନିରୀଡ ଲୋକଙ୍କୁ ଟ‌ାର୍ଗେଟ କରନ୍ତି। ତାହା ହେଲେ ପୁଲିସ ସେମାନଙ୍କୁ କଡା ଜବାବ ଦେବାକୁ ସବୁ ସମୟରେ ପ୍ରସ୍ତୁତ ବୋଲି ସେ କହିଥିଲେ। ମାଓ ଦମନ ସମୀକ୍ଷା ପରେ ସେ ସୈନିକ ସମ୍ମିଳନୀରେ ଯୋଗ ଦେଇଥିଲେ। ସଫଳ ମାଓ ଦମନ ପାଇଁ ସେ ଯବାନମାନଙ୍କୁ ସାବାସ୍ ଦେଇଥିଲେ। ଆଗକୁ ସଫଳତାର ସହ ମାଓ ଦମନ କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।

publive-image

ଏହି ଅବସରରେ ମାଓ ଦମନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା କନେଷ୍ଟବଳ ଜିତେନ୍ଦ୍ର ନାୟକ ଓ ତପନ ପ୍ରଧାନଙ୍କ ଆଲୋଚନା କରି ଭଲମନ୍ଦ କଥା ପଚାରି ବୁଝି ଥିଲେ। ସିଆରପିଏଫ ସ୍ବତନ୍ତ୍ର ଡିଜି କୁଳଦୀପ ସିଂ,ନିର୍ଦ୍ଦେଶକ(ଇଣ୍ଟେଲଜେଣ୍ଟ) ଆର,କେ ଶର୍ମା,ଆଇଜି(ଅପରେସନ) ଅମିତାଭ ଠାକୁର,ଆଇଜି ସିଆରପିଏଫ ଏସ.କେ ମହାନ୍ତି,କନ୍ଧମାଳ ଏସପି ବିନୀତ ଅଗ୍ରୱାଲ,ଆଇପିଏସ ପ୍ରୋବେସନର ନିତେଶ ୱାଧାରିନ୍, ଆଇପିଏସ ଅଭିନାମ ଶଙ୍କର, ସିଆରପିଏଫ କମାଣ୍ଡାଣ୍ଡ ପ୍ରମୋଦ କୁମାର ସାହୁଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe