ଚିତ୍ରକୋଣ୍ଡାରେ ପଞ୍ଚାୟତ ନିର୍ବାଚନ ପାଇଁ ଦରକାର ପଡ଼ିଲେ ନିୟୋଜିିତ ହେବ ହେଲିକପ୍ଟର, ଉଡ଼ିବ ଡ୍ରୋନ୍‌: ପୁଲିସ୍‌ ଡିଜି

Advertisment

ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ନିବେଦନ କଲେ ସୁନୀଲ ବଂଶଲ

ନକ୍ସଲଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ନିବେଦନ କଲେ ସୁନୀଲ ବଂଶଲ

ଚିତ୍ରକୋଣ୍ଡାରେ ପଞ୍ଚାୟତ ନିର୍ବାଚନ ପାଇଁ ଦରକାର ପଡ଼ିଲେ ନିୟୋଜିିତ ହେବ ହେଲିକପ୍ଟର, ଉଡ଼ିବ ଡ୍ରୋନ୍‌: ପୁଲିସ୍‌ ଡିଜି

ମାଲକାନଗିରି: ନୂଆ ଡିଜିପି ସୁନୀଲ କୁମାର ବଂଶଲ ଆଜି ଲାଲଗଡ ଗସ୍ତରେ ଆସି ନିଜର ଖୁସି ଜାହିର କରିଥିଲେ। ମାଲକାନଗିରି ଗସ୍ତକରି ପୁଲିସ ଡିଜି ଶ୍ରୀ ବଂଶଲ ସ୍ବାଭିମାନ ଅଂଚଳ ଗସ୍ତ କରି ସେଠାରେ କିପରି ନିର୍ବାଚନ ସୁରୁଖୁରୁରେ ହେବ ସେନେଇ ବିଏସଏଫ ଏବଂ ପୁଲିସ ସହ ସମୀକ୍ଷା କରିଥିଲେ। ଗତ ୨୦୧୭ରେ ଚିତ୍ରକୋଣ୍ଡାରେ ନିର୍ବାଚନ ହୋଇପାରିନଥିବା ବେଳେ ଏଥର କିନ୍ତୁ ସମସ୍ତ ୧୮ଟି ଯାକ ପଞ୍ଚାୟତରେ ବିଏସଏଫ ଏବଂ ପୁଲିସହ ସୁରକ୍ଷାରେ ନିର୍ବାଚନ ହେବ ବୋଲି କହିଥିଲେ। ଦରକାର ପଡିଲେ ଡ୍ରୋନ ଏବଂ ହେଲିକେପ୍ଟର ସହଯୋଗ ମଧ୍ୟ ନିଆଯିବ ବୋଲି କହିଥିଲେ। ସ୍ବାଭିମାନ ଅଂଚଳରେ ତ୍ରିରଙ୍ଗା ଉଡୁଥିବା ଦେଖି ବେଶ ଖୁସି ଅନୁଭବ କରିଥିଲେ। ସେଠାରେ ପୁଲିସର କାମକୁ ପ୍ରଶଂସା କରିଥିଲେ।

ସେହିପରି ବିଏସଏଫ ମଧ୍ୟ ଜିଲ୍ଲା ସମେତ ସାରା ଭାରତରେ ନିଜର ନାମକୁ ଓ କାମକୁ ସୂଚାରୁରୂପେ କରିବାରେ ସଫଳ ହୋଇଛି। ଓଡିଶା ପୁଲିସ ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନରେ ସଫଳ ହୋଇଥିବାରୁ ମୁଁ ବହୁତ ଖୁସି ବୋଲି କହିଥିଲେ। ସେ ଦାୟିତ୍ବ ନେବା ସଂଗେ ସଂଗେ ମାଲକାନଗିରି ଜିଲ୍ଲା ପରିଦର୍ଶନ କରିବାକୁ ଚାହିଁଥିଲେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଭିତରେ ଡେରି ହୋଇଯାଇଥିବା କହିଥିଲେ। କିନ୍ତୁ ଡେରିରେ ହେଲେ ମଧ୍ୟ ମାଲକାନଗିରି ଗସ୍ତ କରି ସେ ବହୁତ ଖୁସି ବୋଲି କହିଥିଲେ। ମାଓ ଦମନ ନେଇ ଏକ ରୁଦ୍ଧଦ୍ବାର ବୈଠକରେ ଡିଜି ଶ୍ରୀ ବଂଶଲଙ୍କ ସମେତ ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି, ଏସଏପି ଡିଜି ଏମ.କେ.ଛାବ୍ରା, ଗୁଇନ୍ଦା ନିର୍ଦେଶକ ଲଲିତ କୁମାର, ଅପରେସନ ଆଇଜିପି ଅମିତାଭ ଠାକୁର, ଡିଆଇଜି ଏ.ସିଂ, ଏସପି ନିତେଷ ଵାଧଵାନୀ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଆଗାମୀ ଦିନରେ ନକ୍ସଲ ଦମନ ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା। ତେବେ ଡିଜି ନକ୍ସଲଙ୍କୁ ସଂଦେଶ ଦେଇ କହିଥିଲେ ଯେ ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ବାକି ଜୀବନ ଖୁସିରେ କଟାନ୍ତୁ।ସରକାର ଆତ୍ମସମର୍ପଣ ନୀତି ଅନୁଯାୟୀ ବହୁ ସୁବଧା ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ହିଂସା ଛାଡି ଅହିଂସା ମାର୍ଗକୁ ଆସନ୍ତୁ ଲୋକଙ୍କ ସହ ମିଶି ବିକାଶ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ। ସେମାନେ ମଧ୍ୟ ଆମମାନଙ୍କ ଭଳି ମଣିଷ। ପଥଭ୍ରଷ୍ଟ ହୋଇ ଏଭଳି ହିଂସାତ୍ମକ ହୋଇପଡିଥିବା ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe