ଅମାନିଆଙ୍କ ନୂଆ କାରସାଦି; ମିଛରେ କୋଭିଡ ୧୯ ପାସ୍ ଲଗାଇ ବୁଲୁଥିଲେ, ପୁଲିସ ଜରିମାନା କାଟି ଛାଡ଼ିଲା

Advertisment
ଅମାନିଆଙ୍କ ନୂଆ କାରସାଦି; ମିଛରେ କୋଭିଡ ୧୯ ପାସ୍ ଲଗାଇ ବୁଲୁଥିଲେ, ପୁଲିସ ଜରିମାନା କାଟି ଛାଡ଼ିଲା

ନୟାଗଡ଼: ସାରା ରାଜ୍ୟରେ ହୁ ହୁ ହୋଇ ମହାମାରୀ କରୋନା ମାଡ଼ି ଚାଲିଥିବା ବେଳେ, କରୋନା କଟକଣାକୁ ଫାଙ୍କି ଅମାନିଆ ମଉଜ କରିବାକୁ ନାନା କାରସାଦି କରୁଛନ୍ତି। ଆଜି ଏଭଳି ଏକ ଘଟଣା ନୟାଗଡ଼ ସହରରେ ଧରାପଡ଼ିଛି।  ଭୁବନେଶ୍ବରର ଜଣେ ଇଞ୍ଜିନଇୟର ଐଶ୍ବରୀୟ କୁମାର ଶାନ୍ତ, ତାଙ୍କର କାମ ସମ୍ବଲପୁରରେ କାିମ ଚାଲିଥିବା ଆଳ ଦେଖାଇ ନୟାଗଡ଼ ସହର ଦେଇ ନିଜ କାର୍ ଯୋଗେ  ଅତିକ୍ରମ କରୁଥିଲେ। ତେବେ ତାଙ୍କ କାର୍ରେ ସେ ନକଲି କୋଭିଡ ୧୯ ଓଡ଼ିଶା ସରକାରଙ୍କ ଭେଇକିଲ୍ ପାସ୍ ଲଗାଇଥିଲେ।

ଦୁଇଦିନିଆ ସପ୍ତାହନ୍ତ ସଟ୍ଡାଉନ୍ ପାଇଁ ନୟାଗଡ଼ ପୁଲିସ ସ୍ଥାନୀୟ ଟ୍ରାଫିକ ଛକରେ କଡ଼ାକଡ଼ି ଯାଞ୍ଚ କରୁଥିବା ବେଳେ ଏହି ବ୍ୟକ୍ତିଜଣଙ୍କ ଧରାପଡ଼ିଥିଲେ।  ପୁଲିସ ଧରିବାରୁ ସେ  ପୂର୍ତ୍ତ ବିଭାଗର ଏକ ପୁରୁଣା କାର୍ଯ୍ୟାଦେଶ ଦେଖାଇଥିଲେ। କାମ ଚାଲିଥିବା ଆଳ ଦେଖାଇ ଖସିଯିବାକୁ ବାହାରିଥିଲେ,   ଯାହା ପୁଲିସର ସନ୍ଦେହକୁ ଆହୁରି ବଢାଇଥିଲା। ଅଧିକ ପଚରାଉଚୁରା କରିବାରୁ ଶ୍ରୀ ଶାନ୍ତ କାର୍ରେ ନକଲି କୋଭିଡ ୧୯ ପାସ୍ ଲଗାଇଥିବାଥ ସ୍ବୀକାର କରିଥିଲେ। ଏନେଇ ତାଙ୍କ ଠାରୁ ନୟାଗଡ଼ ପୁଲିସ ୫ ହଜାର ଟଙ୍କା ଜରିମାନା ଆଦାୟ କରି ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe