ଭଦ୍ରକରେ ଗଣେଶ ମେଢ଼ର ଭସାଣି ଉତ୍ସବ ପାଇଁ ପୁଲିସର ଫ୍ଲାଗ ମାର୍ଚ୍ଚ

Advertisment
ଭଦ୍ରକରେ ଗଣେଶ ମେଢ଼ର ଭସାଣି ଉତ୍ସବ ପାଇଁ ପୁଲିସର ଫ୍ଲାଗ ମାର୍ଚ୍ଚ

ଭଦ୍ରକ: ମାସାଧିକ କାଳ ଭଦ୍ରକରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ ହୋଇଥିଲା। ଆସନ୍ତାକାଲିଠାରୁ ଏହି ଗଣେଶ ମେଢ଼ର ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଭସାଣି ଉତ୍ସବ ଚାଲିବ । ଭଦ୍ରକର ୫୦୦ ବର୍ଷର ପ୍ରସିଦ୍ଧ ବୁଢ଼ା ଗଣେଶ ମେଢ଼ର ଭସାଣି ଉତ୍ସବ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥି ପାଇଁ ପୁରୁଣା ବଜାର ହୋଇଛି ଚଳଚଞ୍ଚଳ। ପୁରୁଣା ବଜାରର ବୁଢ଼ା ଗଣେଶ ଭସାଣି ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକଙ୍କ ଭିତରେ ସହଯୋଗ ରକ୍ଷା କରିବା ପାଇଁ ଆଜି ପୁଲିସ ପକ୍ଷରୁ ଭଦ୍ରକର ପୁରୁଣା ବଜାର ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ସବୁ ଛକ ଜାଗାରେ ଆଜିଠାରୁ ପୁଲିସ ପକ୍ଷରୁ ପଇଁତରା ମରାଯାଇଛି।

ସମ୍ବେଦନଶୀଳ ଛକରେ ପୁଲିସ କ୍ୟାମ୍ପ କରାଯାଇଛି। ଏଥି ପାଇଁ ୩ ଜଣ ଆଡ଼ିଶନାଲ ଏସପି, ୬ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ, ୫୦ ଉର୍ଦ୍ଧ୍ବ ପୁଲିସ ଅଫିସର, ୫ ପ୍ଲାଟୁନ ସ୍ପେଶାଲ୍ ଫୋର୍ସ , ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକ ଏସପି ବରୁଣ ଗୁଣ୍ଠୁପାଲିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଦ୍ରକ ସହରରେ ପୁଲିସ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି। ଆସନ୍ତା ୧୫ ତାରିଖରେ ବୁଢା ଗଣେଶ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ୧୬ ତାରିଖରେ ପିଲା ଗଣେଶ, ୧୭ ତାରିଖରେ କାଞ୍ଚନ ଗଣେଶ, ୧୮ ତାରିଖରେ ଟୋକା ଗଣେଶ , ୧୯ ତାରିଖରେ ଛୁଆ ଗଣେଶ ମେଢ଼ର ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ପୁଲିସ ସୂତ୍ରରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe