ରାଉରକେଲା: ତଣ୍ଟି କାଟି ଯୁବତୀଙ୍କୁ ହତ୍ୟା ପରେ ପଥରରେ ଛେଚା ଯାଇଥିଲା

Advertisment

ତାରିଣୀ ମନ୍ଦିର ନିକଟରେ ଯୁବତୀଙ୍କ ମୃତଦେହ ଜବତ ଘଟଣା

ତାରିଣୀ ମନ୍ଦିର ନିକଟରେ ଯୁବତୀଙ୍କ ମୃତଦେହ ଜବତ ଘଟଣା

ରାଉରକେଲା: ତଣ୍ଟି କାଟି ଯୁବତୀଙ୍କୁ ହତ୍ୟା ପରେ ପଥରରେ ଛେଚା ଯାଇଥିଲା

ରାଉରକେଲା:ଆଜି ସକାଳେ ରାଉରକେଲା ସେକ୍ଟର ୬ସ୍ଥିତ ତାରିଣୀ କମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି।ଯୁବତୀଙ୍କୁ ପ୍ରଥମେ ତଣ୍ଟିକାଟି ହତ୍ୟା କରିବା ପରେ ପଥରରେ ତାଙ୍କ ମୁହଁକୁୁ ଛେଚି ଦିଆଯାଇଥିବା ପୁଲିସର ପ୍ରଥମିକ ତଦନ୍ତର ୁଜଣାପଡ଼ିଛି।
ଆଜି ସକାଳେ ଲେଗିଂସ ଓ ଟପ୍‌ ପରିହିତା ଜଣେ ୩୪ ବର୍ଷୀୟା ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତାରିଣୀ ମନ୍ଦିର ନିକଟସ୍ଥ ଏକ ବୁଦାମୂଳରେ ପଡ଼ିଥିବା କେତେକ ଲୋକ ଦେଖିଥିଲେ। ମୃତଦେହ ଠାରୁ ଅଳ୍ପ ଦୂରରେ ଏକ ଓଡ଼ି ୧୪ ବି ୩୭୬୨ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ପ୍ଲେଜର ଗାଡ଼ି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ପ୍ଲେଜର ନମ୍ବରକୁ ନେଇ ଯୁବତୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲା। ପରେ ଯୁବତୀଙ୍କ ପରଚୟ ଜଣାପଡ଼ିଥିଲା। ମୃତ ଯୁବତୀ ଜଣକ ହେଉଛନ୍ତି ସୁଜାତା ମହାପାତ୍ର। ସେ କୋୟଲନଗରସ୍ଥିତ ବି ବ୍ଲକ୍‌ର ୨୩୩ ନମ୍ବର ଘରେ ରହୁଥିବା ଲୋକନାଥ ମହାପାତ୍ରଙ୍କ ଅବିବାହିତା ଝିଅ। ସୁଜାତା ଜଣେ ଏଲଆଇସି ଏଜେଣ୍ଟ ଗାବେ କାର୍ଯ୍ୟ କରନ୍ତି। ଗତକାଲି ସନ୍‌ଦ୍ରାରେ ସୁଜାତା ତାଙ୍କ ପ୍ଲେଜର ଗାଡ଼ି ଧରି ଘରୁ ବାହାରିଥିଲେ। ମାତ୍ର ରାତିରେ ଆଉ ଘରକୁ ଫେରି ନ ଥିଲେ। ତେବେ ପୁଲିସ ପ୍ରାଥମିକ ତଦନ୍ତରୁ ସୁଜାକାଙ୍କୁ ଜମିବାଡ଼ି କିଣାବିକାକୁ ନେଇ ତଣ୍ଟିକାଟି ହତ୍ୟା କରାଯାଇଥିବା ସନ୍ଦେହ କରୁଛି। ଗତକାଲି ରାତିରେ ର ପୁଲିସ ପାଟ୍ରୋଲିଂ କଲାବେଳେ ରାସ୍ତାକଡ଼ରେ ପ୍ଲେଜରଟି ସେହିପରି ରଖାଯାଇଥିବା ଦେଖିଥିଲା। ମାତ୍ର ସେତେବେଳେ ହତ୍ୟାକାଣ୍ଡ ସମ୍ପର୍କରେ ପୁଲିସ ସନ୍ଦେହ କରି ପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe