ବାଲେଶ୍ବର: ସୋରରେ ଦିନକୁ ଦିନ ଚୋରମାନଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଚୋରମାନେ ପୁଲିସର ନିଷ୍କ୍ରିୟତାକୁ ପରିଖିବା ପରେ ଆଉ ପୁଲିସକୁ ଡରୁ ନ ଥିବା ଚର୍ଚ୍ଚା ହେଉଛି। ଗତ ଚାରିଦିନ ମଧ୍ୟରେ ସୋରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବେଳେ ପୁଲିସର ହାତ ଅଦ୍ୟାବଧି ଖାଲି ପଡ଼ିଛି। ଏଣୁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

Advertisment

ଗତ ୧୭ ତାରିଖରେ ଟ୍ରେଜେରୀ କଲୋନିରୁ ସିରିଜି ଚୋରି ହୋଇଥିବା ବେଳେ ଗତ ୧୯ ତାରିଖ ରାତିରେ ଉତ୍ତରେଶ୍ୱର ବସଷ୍ଟାଣ୍ଡ ନିକଟସ୍ଥ ଏକ ଡାଲିଚାଉଳ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମେତ ନଗଦ ଟଙ୍କା ଚୋରି ହୋଇଥିଲା। ଗତକାଲି ରାତିରେ ଲିଙ୍ଗପଡା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ ଚୋରି ହୋଇଥିବା ବେଳେ ସବିରା ବଜାର ସ୍ଥିତ ଏସବିଆଇ ଏଟିଏମରୁ ଚୋରି ହୋଇଥିବା ଜଣାପଡିଛି।

ପୂର୍ବରୁ ଏହି ଏଟିଏମ୍‌ରେ ତିନିଥର ଚୋରି ହୋଇଥିବା ବେଳେ ଗତକାଲି ଦୁର୍ବୃତ୍ତମାନେ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍ କରିଥିବା ଜଣାପଡିଛି।

ଲୁଟ୍ ସମୟର ଭିଡ଼ିଓ କ୍ୟାମେରାରେ କଏଦ ହୋଇଛି । ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଏସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡିନାହିଁ।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସିଏସ୍ଓ

ତେବେ ସୋର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଜାଗାରେ ପୁଲିସର ନିଷ୍କ୍ରିୟତା ଓ ଚୋରମାନଙ୍କର ସକ୍ରିୟତା ଲୋକଙ୍କ ମନରେ ଚିନ୍ତାର କାରଣ ପାଲଟିଛି। ଅନ୍ୟ ପଟେ  ଦୁର୍ବୃତ୍ତମାନେମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବାରୁ ସୋର ଅଞ୍ଚଳରେ ଚୋରି ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ଅଧିକ ପଢ଼ନ୍ତୁ:ବଙ୍ଗୋପସାଗରରେ ପୁଣି ବାତ୍ୟା: ୨୬ ତାରିଖ ବେଳକୁ ସୃଷ୍ଟିହେବା ସମ୍ଭାବନା