ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣା, ୫ଜଣଙ୍କୁ ଉଠାଇ ନେଲା ବନ ବିଭାଗ

ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣା, ୫ଜଣଙ୍କୁ ଉଠାଇ ନେଲା ବନ ବିଭାଗ

Sambad

ନରସିଂହପୁର: ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ସଂରକ୍ଷିତ ଜଙ୍ଗଲର ବାରସିଙ୍ଗା ବିଟ୍‌ ହାଉସ ନିକଟରେ ଗତ ୨୯ ତାରିଖ ସନ୍ଧ୍ୟା ୬ଟାରେ ଚିକିତ୍ସାଧୀନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଆଜି ବନ ବିଭାଗ ୫ଜଣଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି। ଭୋର୍‌ ପ୍ରାୟ ସାଢ଼େ ୫ଟାରେ ଆଠଗଡ଼ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍‌ ହାତୀ ଶିକାରୀ ସନ୍ଦେହରେ ନରସିଂହପୁର ଥାନା ଅନ୍ତର୍ଗତ ଦେବଭୂଇଁ ପଞ୍ଚାୟତ କନ୍ଧଦେବଭୁଇଁ ଗ୍ରାମର ଜଣେ, ଚାଉଁରିଆନାଳି ଗ୍ରାମର ଦୁଇଜଣ ଓ ଶାଳପଶି ଗ୍ରାମର ଦୁଇଜଣଙ୍କୁ ଧରି ଆଠଗଡ଼ ବନଖଣ୍ଡ ଡିଭିଜନ୍‌ କାର୍ଯ୍ୟାଳୟରେ ପଚରାଉଚରା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ତେବେ ତଦନ୍ତରେ ବ୍ୟାଘାତ ହେବା ଆଶଙ୍କାରେ ସେମାନଙ୍କ ପରିଚୟ ଗୁପ୍ତ ରଖାଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରକାଶଥାଉ କି, ନରସିଂହପୁର ବନାଞ୍ଚଳରେ ଏକମାସ ଅନ୍ତରରେ ଦୁଇଟି ଦନ୍ତା ହାତୀକୁ ଗୁଳିକରି ହତ୍ୟା କରିବା ଘଟଣା ଏକପ୍ରକାର ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ବନ ବିଭାଗ ଆଖିରୁ ନିଦ ହଜି ଯାଇଛି। ହାତୀ ଶିକାରୀଙ୍କୁ ଗିରଫ କରିବା ପାଇଁ ବନ ବିଭାଗ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe