ଆରଏସସି-୧୩ରେ ପୁଲିସର ବର୍ବରତା ଘଟଣା, କଂଗ୍ରେସର ସତ୍ୟ ଅନୁସନ୍ଧାନକାରୀ ଟିମ ଗ୍ରାମରେ ପହଞ୍ଚି ତଦନ୍ତ କଲା

Advertisment

କଂଗ୍ରେସର ଏକ ଟିମ ଏସପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ

କଂଗ୍ରେସର ଏକ ଟିମ ଏସପିଙ୍କୁ ଭେଟି ଦାବି ପତ୍ର ପ୍ରଦାନ

ଆରଏସସି-୧୩ରେ ପୁଲିସର ବର୍ବରତା ଘଟଣା, କଂଗ୍ରେସର ସତ୍ୟ ଅନୁସନ୍ଧାନକାରୀ ଟିମ ଗ୍ରାମରେ ପହଞ୍ଚି ତଦନ୍ତ କଲା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି-୧୩ ଗ୍ରାମରେ ଗତ କିଛି ଦିନ ତଳେ ପୁଲିସ ରାତି ଅଧରେ ଗ୍ରାମରେ ପଶି ଗଞ୍ଜେଇ ଧରପଗଡ କରିବା ବାହାନାରେ ମହିଳାମାନଙ୍କୁ ନିର୍ଧୁମ ପିଟିଥିଲେ।ପୁଲିସ ମାଟରେ ୫ ଜଣ ମହିଳା ଆହତ ହୋଇଥିଲେ। ଏଥିରେ ଗର୍ଭବତୀ ମହିଳା ସମେତ ବୃଦ୍ଧା ଏବଂ ନାବାଳିକା ମଧ୍ୟ ରହିଛନ୍ତି। ଏହି ଘଟଣା ପରେ ଗତକାଲି ରାତିରେ କଂଗ୍ରେସର ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ଇସାକ ଖୋସଲା, ଭୀମା ବାରସେ, ମଙ୍ଗୁ ଖିଲ ପ୍ରମୁଖ ଏକ ଫେକ୍ଟ ଫାଇଡିଂ ଟିମ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲା।ଏହି ତଦନ୍ତରେ ପୁଲିସର ବର୍ବରତା ପଦାକୁ ଆସିଥିବା ଶରତ ଚନ୍ଦ୍ର ବୁରୁଦା ପ୍ରକାଶ କରିଛନ୍ତି। ଅତି ନିଷ୍ଠରତାର ସହ ଏସଡିପିଓ ଅଂଶୁମାନ ଦ୍ବିବେଦୀ ମହିଳାମାନଙ୍କୁ ମାଡ ମାରିଥିଲେ। ଆହତ ମହିଳା ମାନେ ହେଲେ ସାଇତା ଖିଲ(୬୦), ମଇନା ଖରା(୪୫), ଚନ୍ଦ୍ରା ଖିଲ(୪୫) ଏବଂ ଭଗବତୀ ଖିଲ(୨୦)। ଏମାନଙ୍କ ମଧ୍ୟରୁ ସଇତା ଏବଂ ମଇନା ଚିତ୍ରକୋଣ୍ଡା ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅନ୍ୟମାନଙ୍କୁ ଚିତ୍ରକୋଣ୍ଡାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଫେକ୍ଟ ଫାଇଡିଂ ଟିମ ଜାଣିବାକୁ ପାଇଥିଲା। ତେବେ ପରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ଗଞ୍ଜେଇ ଜବତ କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ନେଇ ଫେକ୍ଟ ଫାଇଡିଂ ଟିମ ଅଭିଯୋଗ କରିଛି। କେବଳ ଆରଏସସି-୧୩ ଗ୍ରାମରେ ନୁହେଁ ବରଂ ଡାଇକ-୩ ଏବଂ ନାକାମାମୁଡି ଅଞ୍ଚଳରେ ମଧ୍ୟ ପୁଲିସ ପହଞ୍ଚି ଲୋକଙ୍କୁ ମାରଧର କରିଛି। ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ଗଞ୍ଜେଇ ଧରିବା ନାମରେ ଲୋକଙ୍କୁ ନିର୍ୟାତନା ଦେବେ କେତେଦୁର ଯୁକ୍ତିଯୁକ୍ତ ବୋଲି ଫେକ୍ଟ ଫାଇଡିଂ ଟିମର ନେତୃତ୍ବ ନେଉଥିବା ଶରତ ଚନ୍ଦ୍ର ବୁରୁଦା ଅଭିଯୋଗ କରିଛନ୍ତି।

publive-image Sambad

ଆଜି ସକାଳେ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦପାତ୍ରଙ୍କ ନେତୃତ୍ବରେ ଏକ ଟିମ ଏସପିଙ୍କୁ ଭେଟିଥିଲେ। ଏସପିଙ୍କୁ ଫେକ୍ଟ ଫାଇଡିଂ ଟିମର ରିପୋର୍ଟ ପ୍ରଦାନ କରାଯାଇଥିଲା। କିଭଳି ପୁଲିସ ସେଠାରେ ବର୍ବରତା ଦେଖାଇଛି ତାହାର ଚିଠା ପ୍ରଦାନ କରାଯାଇଥିଲା। ପୁଲିସ ଯଦି ଏଭଳି କାର୍ଯ୍ୟକରେ ତେବେ ପୁଣି ସେଠାରେ ନକ୍ସଲଙ୍କ ପାଦୁର୍ଭାବ ନିଶ୍ଚିତ ଭାବେ ବଢିବ ଏଥିରେ ସନ୍ଦେହ ନାହିଁ ବୋଲି କୁହାଯାଇଛି। ପୁଲିସର ଏଭଳି ଗୁଣ୍ଡଗରଦି ଚାଲେ ତେବେ ପୁଣି ଲୋକେ ନକ୍ସଲଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଗଞ୍ଜେଇ ଧରିବା ବାହାନାରେ ଲୋକଙ୍କୁ ଏଭଳି ନିର୍ଯାତନା ଦିଆନଯାଉ। ଗଞ୍ଜେଇ କାହା ନିକଟରୁ ମିଳୁଛି ଏବଂ କାହାକୁ ନିର୍ଯ‌ାତନା ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ଏବେ ଲୋକଙ୍କ ମଧ୍ୟରେ ଭୟରବାତାବରଣ ଖେଳିଯାଇଛି। ଲୋକେ ଆତଙ୍କିତ ହୋଇ ପଡିଛନ୍ତି।ରାତିରେ ଯଦି କେହି ସାଦା ପୋଷାକରେ ଗ୍ରାମରେ ପଶିରେ ପୁଲିସ ଭାବି ଡରିଯାଉଛନ୍ତି। ତେବେ ଏସପି ନୀତିଶ ଵାଧଵାନୀ କିନ୍ତୁ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe