ମାଲକାନଗିରି: ମାଥିଲି ବ୍ଲକର ଛତିଶଗଡ଼ ସୀମାକୁ ଲାଗି ରହିଥିବା ତୁଳସୀ ପାହାଡ଼ରେ ପୁଲିସ ଏବଂ ନକ୍ସଲ ପୁଣି ମୁହାଁମୁହିଁ ହୋଇଛନ୍ତି। ଗତ ପାଞ୍ଚ ଦିନ ତଳେ ଏଠାରେ ହିଁ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ୩ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ତେବେ ଏହି ସ୍ଥାନରେ ଏସଓଜି ଏବଂ ଡିଭିଏଫ ଲଗାତାର ସର୍ଚ୍ଚ ଅପରେସନ କରୁଥିବା ବେଳେ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ ପୁଣି ନକ୍ସଲ ଏହି ଅଂଚଳକୁ ଆସିଛନ୍ତି। ତୁରନ୍ତ ଯବାନ ଚଢାଉ କରିଥିବା ଜଣାପଡିଛି। ଏହି ଗୁଳିବିନିମୟରେ ମୃତାହତ ହୋଇଛି କି ନାହିଁ ଜଣାପଡିନଥିବା ବେଳେ ପୁଲିସ ତରଫରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଏହି ଅଂଚଳ ନକ୍ସଲଙ୍କର ଅଡ୍ଡାସ୍ଥଳୀ ରୂପେ ପରିଚିତ ଥିବାରୁ ପୁଲିସ ଏହି ଅଂଚଳକୁ ଘେରି ରହିଛି। ଛତିଶଗଡର ଦରଭା ଡିଭିଜନ ଏହି ତୁଳସୀ ପାହାଡ ଅଂଚଳରେ ସକ୍ରିୟ ରହିଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us