ବିଏସଏଫ୍ ଡିଆଇଜିଙ୍କ ସମେତ ୫ ଜଣଙ୍କୁ ସାହସିକତା ପଦକ

ଦିଲ୍ଲୀରେ ସମ୍ମାନିତ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା

ବିଏସଏଫ୍ ଡିଆଇଜିଙ୍କ ସମେତ ୫ ଜଣଙ୍କୁ ସାହସିକତା ପଦକ

ରାୟଗଡ଼ା: ମାଓ ଦମନ, ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କୃତ୍ତିତ୍ବ ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ୍) କୋରାପୁଟ ରେଞ୍ଜର ୫ ଅଧିକାରୀଙ୍କୁ ସାହସିକତା ପଦକ ମିଳିଛି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମୁଖ୍ୟଅତିଥି ଭାବେ ଯୋଗଦେଇ ପଦକ ପ୍ରଦାନ କରିବା ସହ ପୁରସ୍କୃତ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଛନ୍ତି।

ସାରା ଭାରତରେ ମୋଟ ୨୩ ବିଏସଏଫ୍ ଅଧିକାରୀଙ୍କୁ ସାହସିକତା ପଦକ ମିଳିଥିବା ବେଳେ ଓଡ଼ିଶାର କୋରାପୁଟ ରେଞ୍ଜର ୫ ଅଧିକାରୀ ପଦକ ପାଇବାର ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଶାରୁ ପଦକ ପାଇଥିବା ବିଏସଏଫ୍ ଅଧିକାରୀଙ୍କ ମଧ୍ୟରେ ୮ମ ବାଟାଲିୟନର ଡିଆଇଜି ମଦନ ଲାଲ୍, ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ସନ୍ଦୀପ କୁମାର ଗୁପ୍ତା, ସୁଶୀଲ ସିଂହ, ହେଡ କନେଷ୍ଟବଳ ବିନୟ ର୍କୁହାଲି, କନେଷ୍ଟବଳ ସଞ୍ଜୟ ପାଲ୍ ରହିଛନ୍ତି।

ସମାରୋହ ପାରମ୍ଭରେ ମୁଖ୍ୟଅତିଥି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ବିଏସଏଫ୍ ମହାନିର୍ଦେଶକ (ଡିଜି) ରାକେଶ ଆସ୍ଥାନା ସମାରୋହ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଅଜୟ କୁମାର ମିଶ୍ର, ଗୃହ ସଚିବ ଅଜୟ କୁମାର ଭାଲାଙ୍କ ସମେତ ଅବସରପ୍ରାପ୍ତ ବରିଷ୍ଠ ବିଏସଏଫ୍ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe