ଲାଞ୍ଚ ମାମଲା : ଥାନାବାବୁଙ୍କୁ ୨ବର୍ଷ ଜେଲ

Advertisment
ଲାଞ୍ଚ ମାମଲା : ଥାନାବାବୁଙ୍କୁ ୨ବର୍ଷ ଜେଲ

ଜୟପୁର: ଏକ ମାମଲାରୁ ଖସାଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନାର ତତ୍କାଳୀନ ଥାନା ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କୁ ଜେଲଦଣ୍ଡ ଆଦେଶ ହୋିଛି। ମାନ୍ୟବର ସ୍ୱତନ୍ତ୍ର ଭିଜିଲାନସ ଜଜ୍‌ ବାସୁଦେବ ପଣ୍ଡା ତାଙ୍କୁ ୨ ବର୍ଷ ଜେଲ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକା ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ପୁଲିସ ଇନିସପେକ୍ଟର ପ୍ରମୋଦ କୁମାର ପାଣିଗ୍ରାହୀ ସଂପ୍ରତି କନ୍ଧମାଳ ଜିଲ୍ଲା ପୁଲିସର ଡିସିଆର୍‌ବିରେ ଇନିସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଧିକାରୀ ଥିବା ସମୟରେ ଶ୍ରୀ ପାଣିଗ୍ରାହୀ ଏକ ମାମଲାରେ ଦଶମନ୍ତପୁର ଅଂଚଳର କିଛି ବ୍ୟକ୍ତିଙ୍କୁ  ଛନ୍ଦି ଦେବାକୁ ଧମକ ଦେବା ସହ ତାଙ୍କ ସଂପର୍କୀୟଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଗତ ୨୦୧୨ ମସିହା ନଭେମ୍ବର ମାସ ୧୭ ତାରିଖ ଦିନ ଦୁର୍ଗା ଚରଣ ପ୍ରଧାନୀଙ୍କୁ ୫ ହଜାର ଟଙ୍କା ଲଞ୍ଚ ମାଗିଥିଲେ। ଘଟଣା ଦିନ ଅପରାହ୍ନରେ କୋରାପୁଟ ବସଷ୍ଟାଣ୍ଡରେ ଥାନା ଅଧିକାରୀ ଅଭିଯୋଗକାରୀ ଦୁର୍ଗା ଚରଣ ପ୍ରଧାନୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ସାଧା ପୋଷାକରେ  ରହିଥିବା ଭିଜିଲାନସ ଅଧିକାରୀମାନେ କାବୁ କରିନେଇଥିଲେ। ଏଥିନେଇ ଭିଜିଲାନସ ପକ୍ଷରୁ ଥାନା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଭିଜିଲାନସ ପକ୍ଷରୁ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବା ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ପୁଲିସ ଇନିସପେକ୍ଟର ପ୍ରମୋଦ କୁମାର ପାଣିଗ୍ରାହୀଙ୍କୁ ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭିିଜିଲାନସ ପିପି ଏମ୍‌. ବାଲାଜୀ ରାଓ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe