ଭଦ୍ରକ ପୌର ସଫେଇ କର୍ମଚାରୀ ଓ ଉଠା ଦୋକାନୀ ବିବାଦ: ସହରରେ ପୁଲିସ ମୁତୟନ

Advertisment
ଭଦ୍ରକ ପୌର ସଫେଇ କର୍ମଚାରୀ ଓ ଉଠା ଦୋକାନୀ ବିବାଦ: ସହରରେ ପୁଲିସ ମୁତୟନ

Sambad

ଭଦ୍ରକ: ଭଦ୍ରକ ପୌରପାଳିକାର ମହିଳା ସଫେଇ କର୍ମଚାରୀ ଓ ଠେଲା ବେପାରୀଙ୍କ ସହ ବିବାଦ ଯୋଗୁଁ ବୁଧବାର ପରିସ୍ଥିତି ଜଟିଳ ଆଡ଼କୁ ଯାଇଥିଲା। ସଫେଇ କର୍ମଚାରୀଙ୍କୁ ଠେଲା ବେପାରୀଙ୍କ ଆକ୍ରମଣ କରିବା ପରେ ପ୍ରତିବରେ ଆକ୍ରମଣକାରୀଙ୍କ ଗିରଫ ଦାବିରେ ରାସ୍ତା ରୋକ କରିଥିଲେ। ରାତିରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ସହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଘଟଣାର ଗୁରୁତ୍ବ ଉପଲବ୍ଧି କରି ବାଲେଶ୍ଵର ଆଇଜି ଗତାକି ଓ ଆଜି ଭଦ୍ରକ ଗ୍ରସ୍ତରେ ଆସି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ସହଯୋଗ କରିଛନ୍ତି। ଲୋକ ମାନଙ୍କୁ ବୁଝା ଶୁଝା କରିବା ସହ ସିସିଟିଭି ଫୁଟେଜକୁ ଆଧାର କରି ଗଣ୍ଡଗୋଳ କରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

publive-image Sambad

ଗୁରୁବାର ଦିନ ତମାମ ଭଦ୍ରକ ସହରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆପର୍ତିବିନ୍ଧା ଛକରେ ପୁଲିସ କ୍ୟାମ୍ପ ପଡି ରହିଛି। ଠେଲା ବେପାରୀଙ୍କୁ ରାସ୍ତାରେ ବସିବାକୁ ବାରଣ କରାଯାଇଛି। ଆଜି ଦିନରେ ପୌର ସଫେଇ କର୍ମଚାରୀମାନେ ପୌର ଅଧିକାରୀଙ୍କୁ ଦାବିପତ୍ର ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରି ଦାବି କରିଛନ୍ତି। ଏହି ଘଟଣାକୁ ନେଇ ଦିନ ତମାମ ସହରରେ ପୁଲିସ ପାଇଁ ତାରା ମରୁଛି। ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe