ପରିବାର ପର କଲା, ଭାତ ଡ଼ାଲମାରେ ନିଜର କଲେ ପୁଲିସ ବାବୁ

Advertisment
ପରିବାର ପର କଲା, ଭାତ ଡ଼ାଲମାରେ ନିଜର କଲେ ପୁଲିସ ବାବୁ

ନୟାଗଡ: ରାସ୍ତାଘାଟ ଶୂନଶାନ। ଲକଡାଉନରେ ତମାମ ନୟାଗଡ ସହର ଚୁପଚାପ ଥିବାବେଳେ ରାସ୍ତାରେ ପଇଁତରା ମାରୁଥିଲେ ପୁଲିସ। ହଠାତ ରାସ୍ତାକଡକୁ ଆଉଜି ବସିଥିବା ଜଣେ ମାନସିକ ଭିନ୍ନକ୍ଷମଙ୍କ ଉପରେ ପୁଲିସ ଏଏସଆଇ(ଆସିଷ୍ଟାଣ୍ଟ ସବଇନ୍‌ସପେକ୍ଟର) ଭଗବାନ ନାୟକଙ୍କ ନଜର ପଡିଥିଲା। ସ୍ୱାଭାବିକ ସ୍ଥିତିରେ କେବେ ଥରେ ଏହି ମାନସିକ ଭିନ୍ନକ୍ଷମଙ୍କୁ ଦୋକାନରୁ ଦୋକାନ ବୁଲୁଥିବାର ଦେଖିଥିଲେ। ଯିଏ ଯାହା ଦେଉଥିଲେ ବିନା ପ୍ରତିବାଦରେ ଖାଇଦେଉଥିବାର ଦେଖିଥିଲେ ହେଲେ ଏବେ ସବୁ ଦୋକାନ ବନ୍ଦ ହୋଇଯାଇଥିବା ବେଳେ କାହାକୁ କିଛି ନ କହି ନିରବ ଭାବେ ବସି ରହିଥିବା ଏହି ମାନସିକ ରୋଗୀଙ୍କ ଭୋକର ଜ୍ୱାଳାକୁ ଅନୁଭବ କରିଥିଲେ ଭଗବାନ ନାୟକ ନିଜେ ଖାଇବା ପାଇଁ ଘରୁ ଆଣିଥିବା ଟିଫିନକୁ ବଢ଼ାଇ ଦେଇଥିଲେ।

କେବଳ ବଢ଼ାଇଦେଇ ନ ଥିଲେ ବରଂ ଖଲି ପତ୍ର ଖଣ୍ଡେ ଆଣି ଭାତ-ଡାଲମା ବାଢ଼ିଦେଇଥିଲେ। ୩ ଦିନ ଧରି ଭୋକିଲା ଥିବା ଏହି ବ୍ୟକ୍ତିଜଣକ ଆନନ୍ଦରେ ଖାଇଥିଲେ। ମାନସିକ ରୋଗ ପାଇଁ ପରିବାର ସିନା ଅଲୋଡ଼ା କରିଦେଇଛି, କିନ୍ତୁ ମାନବିକତା ଏବେ ବି ବଂଚିଛି ନିଜ ଭୋକକୁ ଚାପି ଦେଇ କାହାକୁ କିଛି ନ କହି ସେମିତି ବସିଥିବା ଏହି ମଣିଷଙ୍କ ଉପରେ ଖାକୀ ବାବୁଙ୍କର ନଜର ପଡିଛି ଯାହାକୁ ନେଇ ଏବେ ସହକର୍ମୀମାନେ ମାନେ ମଧ୍ୟ ଏଏସଆଇ(ଆସିଷ୍ଟାଣ୍ଟ ସବଇନ୍‌ସପେକ୍ଟର) ଭଗବାନ ନାୟକଙ୍କୁ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe