ଅନୁଗୁଳ: ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଶବ ଜବତ କଲା ପୁଲିସ

ଅନୁଗୁଳ: ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଶବ ଜବତ କଲା ପୁଲିସ

ଅନୁଗୁଳ: ହତ୍ୟା ଅଭିଯୋଗ ହେବା ପରେ ଅନୁଗୁଳ ଟାଉନ୍‌ ଥାନା ପୁଲିସ ସନ୍ଦେହଜନକଭାବେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଶବକୁ ମୃତ୍ୟୁର ୨ ଦିନ ପରେ ମାଟି ତଳୁ ଖୋଳି ବ୍ୟବଛେଦ ପାଇଁ ପଠାଇଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅନୁଗୁଳ ଟାଉନ୍‌ ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁର ସାବିତ୍ରୀ ଗଡ଼ତିଆ ବେଣାଗାଡ଼ିଆ ଗାଁର ଉଦୟ ଗଡ଼ତିଆଙ୍କୁ ବିବାହ କରିଥିଲେ। ତେବେ ଗତ ୧୫ ତାରିଖ ରାତିରେ ସାବିତ୍ରୀଙ୍କର ଅଚାନକ ମୃତ୍ୟୁ ଘଟିଥିଲା। ଉଦୟଙ୍କ ପରିବାର ଏ ନେଇ ସାବିତ୍ରୀଙ୍କ ବାପଘରକୁ କିଛି ନ ଜଣାଇ ଶବକୁ ଗାଁ ମଶାଣୀରେ ପୋତି ଦେଇଥିଲେ। ତେବେ ସାବିତ୍ରୀଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବଡ଼ ଭଉଣୀ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗତକାଲି ସନ୍ଧ୍ୟାରେ ବେଣାଗାଡ଼ିଆ ଗାଁରେ ପହଞ୍ଚି ଶ୍ମଶାନରେ ସାବିତ୍ରୀଙ୍କ କବର ଖୋଳି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe