ଥାନା ସମ୍ମୁଖରେ ପୁଲିସ ଏସଆଇକୁ ହତ୍ୟା କଲେ ନକ୍ସଲ

ମାଓବାଦୀଙ୍କ କବ୍‌ଜାରେ ସୁନାବେଡ଼ା ଅଭୟାରଣ୍ୟ!

Sambad

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ଜଣେ ପୁଲିସ ଏସଆଇକୁ ନକ୍ସଲ ଥାନା ସମ୍ମୁଖରେ ହିଁ ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ମିରତୁର ଥାନାର ଏସଆଇ ଗୋପାଲ କଡତି ସାପ୍ତାହିକ ହାଟକୁ ଯାଇଥିଲେ। ତେବେ ପୂର୍ବରୁ ଏସଆଇ ଶ୍ରୀ କଡତିଙ୍କୁ ନକ୍ସଲର ଏକ ଛୋଟିଆ ଆକ୍ସନ ଦଳ ଅନୁସରଣ କରୁଥିଲା। ହାଟ ମଧ୍ୟରେ ତାଂକୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଥିଲେ। ଏହି ସାପ୍ତାହିକ ହାଟ ଥାନା ଠାରୁ ମାତ୍ର ଅଳ୍ପ ଦୁରରେ ଅବସ୍ଥିତ। ଏହି ଘଟଣା ସଂଧ୍ୟା ୬ଟା ସମୟରେ ଘଟିଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିପାରି ନାହିଁ। ତେବେ ପୂର୍ବରୁ ଶ୍ରୀ କଡତିଙ୍କୁ ନକ୍ସଲ ଟାର୍ଗେଟ କରିଆସୁଥିଲେ। ସାପ୍ତାହିକ ହାଟକୁ କୌଣସି କାମରେ ଯାଇଥିବା ଦେଖିବା ପରେ ସମସ୍ତଙ୍କ ସାମ୍ନାରେ ହତ୍ୟା କରି ଲାଲ ସଲାମ କହି ସେଠାରେ ଚାଲିଯାଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe