ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇ ପୁଲିସ ଏସ୍‌ଆଇ ନିଲମ୍ବିତ

Advertisment
ପୁଲିସ ବନାମ ପୁଲିସ : ଗୃହରକ୍ଷୀ ବିଦା, ବଦଳିଲେ ମହିଳା ଏଏସଆଇ

Image Courtesy of Times of India

ବାଂଶପାଳ: ମହିଳାଙ୍କୁ ଅଶ୍ଳୀଳ ମେସେଜ ଓ ଫଟୋ ପଠାଇ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଏସ୍‌ଆଇ ଫଣିଭୂଷଣ ମହାନ୍ତ ନିଲମ୍ବିତ ହୋଇଛନ୍ତି। ବାମେବାରି ଥାନାରେ ଅଞ୍ଚଳରେ ବିବାହ କରିଥିବା ନୟାକୋଟ ଥାନା ଅଞ୍ଚଳର ଜଣେ ମହିଳା ସ୍ବାମୀଙ୍କ ସହ କଳହ ପରେ ବାପାଘରେ ଆସି ରହୁଥିଲେ। ନ୍ୟାୟ ପାଇଁ ସେ କିଛିମାସ ତଳେ ଥାନାକୁ ଆସି ଅଭିଯୋଗ କରିଥିଲେ। ପରେ ମହିଳାଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ମୋବାଇଲ ନମ୍ବର ନେଇ ଏସ୍‌ଆଇ ଶ୍ରୀ ମହାନ୍ତ ନିୟମିତ କଥା ହେଉଥିଲେ।

ପ୍ରେମ ନିବେଦନ କରିବା ସହ ହ୍ବାଟସଆପ୍‌ରେ ଅଶ୍ଳୀଳ ଭିଡିଓ ଓ ବାର୍ତ୍ତା ପଠାଉଥିଲେ। ଏନେଇ ମହିଳା ଜଣକ ପ୍ରଥମେ କେନ୍ଦୁଝର ଏସ୍‌ପିଙ୍କୁ ଭେଟିଥିଲେ। ଏସ୍‌ପି ଏହାର ତଦନ୍ତ ପାଇଁ ବଡ଼ବିଲ ଏସ୍‌ଡିପିଓଙ୍କୁ ନିର୍ଦେଶ ଦେଇଥିଲେ। ତଦନ୍ତ ପରେ ଏସ୍‌ଆଇ ଶ୍ରୀ ମହାନ୍ତଙ୍କୁ ଏସ୍‌ପି ନୀତିନ କୁଶଳକର ଡାଗୁଡ଼ ନିଲମ୍ବନ କରିବା ସହ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe