ଖଲଣାରୁ ୮ଜଣଙ୍କୁ ଉଠାଇ ନେଲା ପୁଲିସ : ମହିଳା ଓ ଗୋଡ଼ଭଙ୍ଗା ରୋଗୀକୁ ବି ଛାଡ଼ିଲାନି

Advertisment
ଖଲଣାରୁ ୮ଜଣଙ୍କୁ ଉଠାଇ ନେଲା ପୁଲିସ : ମହିଳା ଓ ଗୋଡ଼ଭଙ୍ଗା ରୋଗୀକୁ ବି ଛାଡ଼ିଲାନି

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଗ୍ରାମର ୮ଜଣଙ୍କୁ ପୁଲିସ ରାତିଅଧିଆ ଉଠାଇ ନେଇଛି। ଖଲଣା ଗ୍ରାମରେ ସୁନନ୍ଦ ସେଠୀ ହତ୍ୟାକାଣ୍ଡ ପରେ ଗ୍ରାମରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ‌ହୋଇଥିଲା। ଲୋକେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତଙ୍କ ଘର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସୁନନ୍ଦଙ୍କ ପରିବାର ସଦସ୍ୟଙ୍କ ସମେତ ଗ୍ରାମର ୧୫ଜଣଙ୍କ ନାମରେ ପୁଲିସ ବହୁ ବିଳମ୍ବରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ଥିବା ବ୍ୟକ୍ତିମାନେ ହାଇକୋର୍ଟରେ ଆବେଦନ କରିବ‌ା ପରେ ମାର୍ଚ୍ଚ ୨୭ ତା‌ରିଖ ମଧ୍ୟରେ କେସ୍ ଡାଏରୀ ଦାଖଲ କରିବାକୁ ନିର୍ଦେଶ ଥିଲା। ପୁଲିସ ଏହା ଦେବାରେ ବିଳମ୍ବ କରିଥିଲା। ଗତକାଲି ରାତି ୪ଟାରେ ପୁଲିସ ଚଢ଼ଉ କରି ମହେଶ୍ବର ସେଠୀ, କବି ସେଠୀ, ପ୍ରଶାନ୍ତ ସେଠୀ, ଆଶାନ୍ତି ସା, ସତ୍ୟବାନ ସା, କରୁଣାକର ସା, ମନ୍ମଥ ସେଠୀ, ଅଶୋକ ସାଙ୍କୁ ଉଠାଇ ନେଇଥିଲା। ଆଇନଶୃଙ୍ଖଳା ଆଶଙ୍କା କରି ସେମାନଙ୍କୁ ତୁରନ୍ତ ରାମଚନ୍ଦ୍ରପୁର ଥାନାରୁ ଘସିପୁରା ଥାନାକୁ ପଠା ଦିଆଯାଇଥିଲା। ଘସିପୁରା ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅମାନ୍ୟ କରି ପୁଲିସ ରାତିଅଧରେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଥିବା ସତ୍ୟବାନ ସା କିଛିଦିନ ତଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଛି। ସେ ଚାଲିପାରୁ ନଥିବା ବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିବାରୁ ଖଲଣା ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭୋଟ ଗ୍ରହଣ ପୂର୍ବରୁ ପୁଲିସ ଜାଣିଶୁଣି ତାଙ୍କ ସମର୍ଥକମାନଙ୍କୁ ଗିରଫ କରୁଛି ବୋଲି ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe