ବଲାଙ୍ଗୀର: ନବରାତ୍ରୀ ଦୁର୍ଗା ପୂଜା ମଣ୍ଡପ ଉପରେ ଚଢ଼ିଗଲା ପୁଲିସ ଗାଡ଼ି

Advertisment
ବଲାଙ୍ଗୀର: ନବରାତ୍ରୀ ଦୁର୍ଗା ପୂଜା ମଣ୍ଡପ ଉପରେ ଚଢ଼ିଗଲା ପୁଲିସ ଗାଡ଼ି

ବଲାଙ୍ଗୀର: ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲା ମନୋହରପୁର ରିଜର୍ଭ ପୁଲିସର ଏକ ଗାଡ଼ି ତୁଳସୀନଗର ନିକଟରେ ଏକ ନବରାତ୍ରୀ ଦୁର୍ଗାପୂଜା ମଣ୍ଡପ ଉପରରେ ମାଡ଼ି ଯିବା ସହିତ ଦୁଇଟି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଛି।
ଓଡ଼ି୦୫ଜି ୭୫୯୯ ନମ୍ବରର ଏହି ପୁଲିସ ଗାଡ଼ିର ଡ୍ରାଇଭର ରାକେଶ ମହାନ୍ତି ମଦପିଇ ଗାଡ଼ି ଚଳାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ଦୁର୍ଘଟଣାରେ ନବରାତ୍ରୀ ପୂଜା ମଣ୍ଡପରେ ଲାଇଟ୍‌ ଲଗାଉଥିବା ଗଙ୍ଗା ଚନ୍ଦନ ନାମକ ଜଣେ ଶ୍ରମିକ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ପରେ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଗାଡ଼ିଟିକୁ ପୁଲିସ ରାତାରାତି ସେଠାରୁ ଉଠାଇ ନେଇଛି। ଉଭୟ ଡ୍ରାଇଭର ଶ୍ରୀ ମହାନ୍ତି ଓ ଶ୍ରମିକ ଶ୍ରୀ ଚନ୍ଦନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe