ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ

Advertisment

ଟଙ୍କା ସହ ୭ ବାଇକ୍‌ ଜବତ, ୨ ଗିରଫ

ଟଙ୍କା ସହ ୭ ବାଇକ୍‌ ଜବତ, ୨ ଗିରଫ

ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ

ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଏକ ଜୁଆ ଆଡ୍ଡା ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ପୁଲିସ ଚଢ଼ଉ କରି ଟଙ୍କା ସହ ୭ଟି ବାଇକ୍‌ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ପୁରୁଣାକଟକର ସମିର ପ୍ରଧାନ ପୁୁରୁୁଣାଗଡ଼ ଓ ମୂଷାରର ବିଶ୍ୱାମିତ୍ର ସାମଲ। ଜୁଆ ଖେଳ ହେଉଥିବା ପୁଲିସ ଖବର ପାଇ ରାତିଅଧିଆ ଚଢଉ କରିଥିଲା। ପୁଲିସକୁ ଦେଖି ଜୁଆ ଖେଳୁଥିବା ଲୋକେ ସେଠାରୁ ଦୌଡ଼ି ପଳାଇଥିବା ବେଳେ ଏହି ୨ଜଣଙ୍କୁ ଗିରଫ କରିଥିଲା। ଏଥି ସହିତ ନଗଦ ୨୩ଶହ ଟଙ୍କା ସହିତ ୭ଟି ବାଇକ୍‌ ଜବତ କରିଥିବା ପୁରଣାକଟକ ଥାନା ଏଏସ୍‌ଆଇ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe