ସୁଧାଂଶୁ ନାୟକ ବିଜେପିରେ ମିଶିବା ପରେ ଭଣ୍ଡାରିପୋଖରୀରେ ରାଜନୀତିର ନୂଆ ମୋଡ଼

Advertisment
ସୁଧାଂଶୁ ନାୟକ ବିଜେପିରେ ମିଶିବା ପରେ ଭଣ୍ଡାରିପୋଖରୀରେ ରାଜନୀତିର ନୂଆ ମୋଡ଼

ଭଦ୍ରକ:  ବନ୍ତ ବ୍ଲକର ବରିଷ୍ଠ ନେତା ନାଟ୍ୟକାର ଡଃ. ସୁଧାଂଶୁ ନାୟକ ବିଜେପିରେ ମିଶିବା ପରେ ଭଣ୍ଡାରିପୋଖରୀ ରାଜନୀତି ନୂଆ ‌ମୋଡ଼ ନେଇଛି। ସୁଧାଂଶୁ ନାୟକ ସାରା ଓଡ଼ିଶାରେ ଏକ ଚର୍ଚ୍ଚିତ ନାଁ। ଜଣେ ସଫଳ ଓ ଆଗଧାଡିର ଯାତ୍ରା ନାଟ୍ୟକାର ଭାବେ ତାଙ୍କର ସ୍ବତନ୍ତ୍ର ସୁନାମ ରହିଛି। ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟରୁ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଭାବ ଚାକିରିରୁ ଅବସର ନେବା ପରେ ସେ ବିଜେଡି ରାଜନୀତିରେ ସକ୍ରିୟ ଭୂମିକା ନେଇଥିଲେ। ତା’ ପୂର୍ବରୁ ସେ ପ୍ରଚ୍ଛଦ ପଟ୍ଟରେ ରହି ବିଜେଡି ରାଜନୀତିର ଗୋଟି ଚାଳନା କରୁଥିଲେ। ରାଜନୀତିର ପ୍ରଚ୍ଛଦ ପଟରେ ରହି ନିଜର ପତ୍ନୀ ରେବତୀ ନାୟକଙ୍କୁ ୨ ଥର ବ୍ଲକ ଅଧ୍ୟକ୍ଷା ଓ ଥରେ ଜିଲ୍ଲା ପରିଷଦର ସଭ୍ୟା ଭାବେ ନିର୍ବାଚିତ କରାଇବାରେ ଭୂମିକା ତୁଲାଇଥିଲେ।

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ରାଜନୀତିର ସବୁ ଗୋଟି ସୁଧାଂଶୁ ଚଳାଉଥିଲେ। କହିବାକୁ ଗଲେ ବନ୍ତ ବ୍ଲକରେ ସୁଧାଂଶୁଙ୍କ ଥିଲେ ପ୍ରଫୁଲ୍ଲଙ୍କର ଏକାନ୍ତ ଅନୁଗତ। କିନ୍ତୁ ସାଧାଂଶୁ ଓ ପ୍ରଫୁଲ୍ଲଙ୍କ ପୁତ୍ର ଲୁଲୁଙ୍କ ମଧ୍ୟରେ ରାଜନୈତିକ ମତ ପାର୍ଥକ୍ୟ ପରେ ଆରମ୍ଭ ହୋଇଥିଲା ବିବାଦ। ଶେଷରେ ବିଜେଡି ଦଳରୁ ବହିଃଷ୍କୃତ ହୋଇଥିଲେ ସୁଧାଂଶୁ। ସେଇଦିନଠାରୁ ସୁଧାଂଶୁ କୁଆଡେ ଯିବେ ଚିନ୍ତା କରୁଥିଲେ। ଶେଷରେ ବୁଧବାର ସେ ନିଜର ଶହ ଶହ ଦଳୀୟ ସମର୍ଥକଙ୍କୁ ନେଇ ବିଜେପିରେ ମିଶିଛନ୍ତି। ସୁଧାଂଶୁ ପଦ୍ମ ଧରିବା ପରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ରାଜନୀତି ଏବେ ଭିନ୍ନ ମୋଡ ନେବାକୁ ଯାଉଛି। ବନ୍ତ ବ୍ଲକରେ ବିଜେଡିର ଯେଉଁ ସଂଗଠନ ସୁଧାଂଶୁ କରିଥିଲେ। ଏବେ ସୁଧାଂଶୁ ନିଜର ସେଇ ସଂଗଠନକୁ ବିଜେପି ପାଇଁ ଲଗାଇବେ। ଗୁରୁବାର ଠାରୁ ସୁଧାଂଶୁଙ୍କ ବନ୍ତୟସ୍ଥିତ ବାସଭବନରେ ବିଜେପି ନେତା ଓ କର୍ମୀଙ୍କର ଭିଡ ଆରମ୍ଭ ହୋଇଯାଇଛି। ସୁଧାଂଶୁଙ୍କୁ ଦଳ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ଶୁଣାଯାଉଛି।

publive-image

ଯଦି ସୁଧାଂଶୁ ପ୍ରାର୍ଥୀ ହେଉଛନ୍ତି। ତେବେ ବନ୍ତ ବ୍ଲକରେ ଏବେଠାରୁ ସେ ବିଜେପି ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ବନ୍ତ ବ୍ଲକର ୨୫ ପଞ୍ଚାୟତରେ ସୁଧାଂଶୁଙ୍କର ସ୍ବତନ୍ତ୍ର ସଂଗଠନ ରହିଛି। ସୁଧାଂଶୁ ମଧ୍ୟ ନିଜର ଅନୁଗତ କର୍ମୀ ଓ ନେତାଙ୍କୁ ନିଜ ଘରକୁ ଡକାଇ ମନ୍ତ୍ରଣା ଦେବା ଆରମ୍ଭ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଏଠା‌ରୁ ବିଜେପିର ପ୍ରାର୍ଥୀ ହୋଇଥିଲେ ବିଜେପି ନେତା ବଦ୍ରୀନାରାୟଣ ଧଳ। ଏଥର ସୁଧାଂଶୁ ପ୍ରାର୍ଥୀ ହେଲେ ବିଜେପିର ଭୋଟ ହାର ଅଧିକ ହେବ ବୋଲି ବିଜେପି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୁଧାଂଶୁଙ୍କୁ ଟିକଟ ମିଳୁ କି ନମିଳୁ ସେ କିନ୍ତୁ ଏଥର ପୂର୍ଣ୍ଣ ପ୍ରାଣରେ ବିଜେପି ସଂଗଠନକୁ ଆଗକୁ ନେବାକୁ ଉଦ୍ୟମ କରିବେ। ବିଜେଡିର ଅନେକ ଆଗଧାଡିର ନେତାଙ୍କୁନେଇ ବିଜେପିରେ ମିଶାଇବେ ବୋଲି ଯୋଜନା କଲେଣି। ସୁଧାଂଶୁ କେବଳ ବନ୍ତ ବ୍ଲକ ଭିତରେ ନିଜର ସଂଗଠନକୁ ସୁଦୃଢ କରିବା ଆରମ୍ଭ କରି ନାହାନ୍ତି। ସେ ଭଣ୍ଡାରିପୋଖରୀ ବ୍ଲକରେ ମଧ୍ୟ ନିଜର ସଂଗଠନ ଆରମ୍ଭ କରି ଦେଇଛନ୍ତି। ସୁଧାଂଶୁ ନେଇ ଆଗାମୀ ଦିନରେ ବିଜେଡି ଅଡୁଆ ପରିସ୍ଥିତିକୁ ଆସିପାରେ ବୋଲି ମଧ୍ୟ ରାଜନ‌ୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସୁଧାଂଶୁ ନିଜର ରାଜନୈତିକ ଗୋଟି କିଭଳି ଚାଳନା କରୁଛନ୍ତି। ତାକୁ ନେଇ ସବୁଠି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe