ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକାରେ ଜଣେ ବିଜେପି ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । କୋଟିନଡ଼ା ଥାନା କଲେଜ ଛକ ସୂତାକଳ ରାସ୍ତାରେ ବିଜେପି ନେତା ଶ୍ରୀନିବାସ ଭଞ୍ଜଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଆସିକା ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 

Advertisment

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଶ୍ରୀନିବାସ ଘରକୁ ଫେରୁଥିବାବେଳେ କୋଟିନଡ଼ା ଥାନା କଲେଜ ଛକ ସୂତାକଳ ରାସ୍ତାରେ କିଛଇ ଅଜଣା ଯୁବକ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କୁ ଲୁହା ରଡ଼ରେ ପିଟିଥିଲେ।  ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣା ପଡ଼ିଛି । ତାଙ୍କୁ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । କୋଟିନଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଅଧିକ ପଢ଼ନ୍ତୁ:୪ ଭାଇଙ୍କୁ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଶ୍ରୀନିବାସ ଭଞ୍ଜ ଘୁମୁସର ଯୁବ ମୋର୍ଚ୍ଚା ସଭାପତି ହୋଇଥିଲେ । ଏହା ବାଦ ସେ ଜିଲ୍ଲା ପରିଷଦ ଭାବେ ବିଜେପି  ପକ୍ଷରୁ ଦୁଇ ଥର ପ୍ରାର୍ଥୀ ହୋଇଥିଲେ। 

ଅଧିକ ପଢ଼ନ୍ତୁ:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ ଘଟିଛି ଶହେଟି ହତ୍ୟା