ରାଜନୈତିକ ଶତ୍ରୁତା: ସରପଞ୍ଚଙ୍କ ସ୍ବାମୀ-ସମିତି ସଭ୍ୟ ହଣାହଣି

Advertisment

ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି...

ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି...

WhatsApp Image 2024-11-17 at 6.32.36 PM

ନୟାଗଡ଼: ନୟାଗଡ଼ର ଇଟାମାଟି ଥାନା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି ମାମଲା ଘଟିଛି। ଉଭୟଙ୍କୁ ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଇଟାମାଟି ଥାନା ଶରଧାପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ସନ୍ତୋଷ କୁମାର ମୁଦୁଲି। ସେହି ପଞ୍ଚାୟତର ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ହେଉଛନ୍ତି ବିଜେପି ସମର୍ଥିତ। ଉଭୟଙ୍କ ଘର ପାଖାପାଖି।

ନିର୍ବାଚନ ପରଠାରୁ ଉଭୟଙ୍କ ଭିତରେ ଶତ୍ରୁତା ଲାଗି ରହିଥିଲା। ରବିବାର ସେହି ଶତ୍ରୁତା ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପରସ୍ପରକୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେ‌ବେ ପ୍ରଥମେ କିଏ କାହାକୁ ଆକ୍ରମଣ କରିଛି, ତାହା ଜଣାପଡ଼ି ନାହିଁ। ଉଭୟ ପରସ୍ପରକୁ ଦୋଷ ଦେଉଛନ୍ତି। 

ସୂଚନା ଅନୁଯାୟୀ, ଇଟାମାଟି ଥାନା ଶରଧାପୁର ଗ୍ରାମର ସରପଞ୍ଚଙ୍କ ସ୍ବାମୀ ସନ୍ତୋଷ ଘର ନିକଟରେ ଛିଡ଼ା ହୋଇଥିବାବେଳେ ସୁଜିତ୍ ଓ ତାଙ୍କ ସମର୍ଥକମାନେ ହଠାତ୍ ଆସି ସନ୍ତୋଷଙ୍କ ଖଣ୍ଡା ଏବଂ  ଠେଙ୍ଗାରେ ଆକ୍ରମଣ କରିଥିବା ସନ୍ତୋଷଙ୍କ ସମର୍ଥକମାନେ କହିଛନ୍ତି। 

ଅଧିକ ପଢ଼ନ୍ତୁ: ହାସ୍ୟ ଅଭିନେତା ଜୟୀ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ

ଖଣ୍ଡା ଆକ୍ରମଣ ଯୋଗୁଁ ସନ୍ତୋଷଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିବା ସମର୍ଥକମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ନୟାଗଡ଼ ସରପଞ୍ଚ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ପୁଲିସ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି। 

ଅନ୍ୟପକ୍ଷରେ, ସୁଜିତ୍ ଭୁବନେଶ୍ୱରରୁ ଫେରି ଗାଁ ଦାଣ୍ଡରେ ଛିଡା ହୋଇଥିବା ବେଳେ ସନ୍ତୋଷଙ୍କ  ସମର୍ଥକମାନେ ସୁଜିତଙ୍କୁ ଆକ୍ରମଣ କରିଥିବା ସନ୍ତୋଷଙ୍କ ସମର୍ଥକମାନେ କହିଛନ୍ତି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଇଟାମାଟି ଥାନା ପୁଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ପୁଅଙ୍କ କଳକୀ ଅବତାର ନେଇ ସଫେଇ ଦେଲେ ପିତା କାଶୀନାଥ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe