ଧର୍ମଶାଳାରେ ରାଜନୈତିକ ହିଂସା: ଗାଡି ମାଡ଼ିଯିବା ପରେ ଵ୍ୟାପକ ଭଙ୍ଗାରୁଜା କଲେ ବିଧାୟକଙ୍କ ସମର୍ଥକ

ଧର୍ମଶାଳାରେ ରାଜନୈତିକ ହିଂସା: ଗାଡି ମାଡ଼ିଯିବା ପରେ ଵ୍ୟାପକ ଭଙ୍ଗାରୁଜା କଲେ ବିଧାୟକଙ୍କ ସମର୍ଥକ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଖର ପଞ୍ଚାୟତରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ଆଜି ମଧ୍ୟାହ୍ନରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ରାଲି କରୁଥିଲେ। ଏହି ସମୟରେ ଓସରା ଗ୍ରାମ ନିକଟ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଦିଲ୍ଲିପ କୁମାର ବେହେରା ନାମକ ବ୍ୟକ୍ତି ଏକ ସ୍କର୍ପିଓ ଗାଡିରେ ଦ୍ରୁତ ଗତିରେ ଆସି ରାଲି ଉପରେ ଚଢ଼ାଉ ଦେଇଥିଲେ। ଫଳରେ ଜଣେ ବ୍ୟକ୍ତିଙ୍କ ଗୋଡ ଭାଙ୍ଗି ଯାଇଥିବା ତିନିରୁ ଚାରିଟି ବାଇକ ଭାଙ୍ଗି ଯାଇଥିଲା।

ଏହାପରେ ରାଲିରେ ଯାଉଥିବା ବିଧାୟକଙ୍କ ସମର୍ଥକ ଉତ୍ୟକ୍ତ ହୋଇ ମାଣ୍ଡିଆ ଛକରେ ଥିବା ମା ମାର୍କେଟ କମ୍ପ୍ଲେକ୍ସରେ ଥିବା ଦିଲ୍ଲୀପଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଖବର ପାଇ ଯାଜପୁର ଏସପି ଭିନିତ ଅଗ୍ରୱାଲ, ଏସଡିପିଓ ସଞ୍ଜୟ ପଟ୍ଟନାୟକ, ଧର୍ମଶାଳା ଓ ବଡଚଣା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି। ଘଟଣସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe