ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣକୁ ଖାତିର ନକରି ଅନ୍ଧାର ରାତିରେ ପାହାଡ଼ିଆ ରାସ୍ତା ଦେଇ ୧୫ କିଲୋମିଟର ଚାଲିଲେ ପୋଲିଂ ପାର୍ଟି

ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣକୁ ଖାତିର ନକରି ଅନ୍ଧାର ରାତିରେ ପାହାଡ଼ିଆ ରାସ୍ତା ଦେଇ ୧୫ କିଲୋମିଟର ଚାଲିଲେ ପୋଲିଂ ପାର୍ଟି

ମାଲକାନଗିରି: ଦାୟିତ୍ୱ ନିର୍ବାହ ବ୍ୟକ୍ତିର ଦକ୍ଷତାର  ପରିଚୟ ଦେଇଥାଏ। ଦାୟିତ୍ୱ ସଂପନ୍ନ ବ୍ୟକ୍ତିଙ୍କୁ ଯେ କେହି ବି ପ୍ରଶଂସା କରିବାକୁ ପଛାଇ ନଥାଏ। ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଦକ୍ଷିଣ ଓଡ଼ିଶାରେ  ମତଦାନ ପରେ ଘଟିଥିବା ଏହି ଘଟଣା  ଏହାର ଜ୍ୱଳନ୍ତ ଉଦାହରଣ। ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ମତଦାନ ପରେ ପ୍ରାୟ ୩୬ ଜଣ ପୋଲିଂ କର୍ମଚାରୀ ମତଦାନ ପରେ ପୋଲିଂ ବାକ୍ସଗୁଡ଼ିକ ମୁଣ୍ଡରେ ବୋହି ଘନଜଙ୍ଗଲ ପାହାଡିଆ ରାସ୍ତାରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଛନ୍ତି।

ଗତକାଲି ମତଦାନ ପରେ ଘନ ଅନ୍ଧାର ରାତିରେ ଅମଡ଼ା ରାସ୍ତା ଦେଇ ୧୫ କିଲୋମିଟର ରାସ୍ତା ଚାଲି ପୋଲିଂ କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ପହଞ୍ଚିଥିଲେ। ଯଦିଓ ସେମାନଙ୍କ ଆଗରେ ଯଦିଓ ସଶସ୍ତ୍ର ଯବାନମାନେ ଚାଲୁଥିଲେ ତଥାପି ଲ୍ୟାଣ୍ଡମାଇନ ବିସ୍ଫୋରଣ କାଳେ ଘଟିଯିବ, ସେଥିପାଇଁ କର୍ମଚାରୀମାନେ ଭୟ ମଧ୍ୟ କରୁଥିଲେ।  ପୋଲିଂ କର୍ମଚାରୀଙ୍କ ଏଭଳି  କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି।

publive-image

ମାଲକାନଗିରି ଜିଲ୍ଲାର ମୁଦୁଲିପଡାଠାରେ ଗୁରୁବାର ମତଦାନ ରାତି ପର୍ଯ୍ୟନ୍ତ ଜାରି ଥିଲା। ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀଙ୍କୁ ଜିଲ୍ଲା କାର୍ଯ୍ୟାଳୟକୁ ପୋଲିଂ ବାକ୍ସ ନେଇ ଯିବାର ଥିଲା। ମାତ୍ର ପୋଲିଂ କର୍ମଚାରୀମାନେ ବାଟରେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିସ୍ଫୋରଣ ନେଇ ଆଶଙ୍କା କରିଥିଲେ। ସେଥିପାଇଁ ସେମାନେ ଅନ୍ୟ ରାସ୍ତାକୁ ବିକଳ୍ପ ଭାବରେ ବାଛିଥିଲେ। ପୋଲିଂ କର୍ମଚାରୀମାନେ ଇଭିଏମ-ଭିଭିପ୍ୟାଟକୁ ଭଲ ଭାବରେ ବାନ୍ଧି ଦେଇଥିଲେ। ତା’ପରେ ଯାତ୍ରା ଆରମ୍ଭ କରି  ଚାଲି ଚାଲି ଆଜି ସକାଳୁ ନିଜର ଗନ୍ତବ୍ୟସ୍ଥଳରେ ପହଂଚିଛନ୍ତି।

ଜଣେ ପୋଲିଂ କର୍ମଚାରୀ ନିଜର ଅଭିଜ୍ଞତା ସଂପର୍କରେ କହିଛନ୍ତି, ପାହାଡିଆ ରାସ୍ତା ଦେଇ ଯାଉଥିବା ବେଳେ ଅଚାନକ ବର୍ଷା ଆରମ୍ଭ ହୋଇ ଯାଇଥିଲା। ସାଥିରେ ଥିବା ତାରପୋଲିନରେ ଆମେ ଇଭିଏମରେ ଢାଙ୍କି ଦେଇଥିଲୁ। ସକାଳ ପାହିବାରୁ ଆମେ ଖଇରପୁଟରେ ପହଂଚିଥିଲୁ। ସେତେବେଳକୁ ଚାଲିଚାଲି ଆମେ ଥକି ପଡ଼ିଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe