କାଳବୈଶାଖୀ ପ୍ରଭାବିତ ପରିବାରକୁ ପଲିଥିନ୍ ବଣ୍ଟନ

କାଳବୈଶାଖୀ ପ୍ରଭାବିତ ପରିବାରକୁ ପଲିଥିନ୍ ବଣ୍ଟନ

Sambad

ବୈପାରିଗୁଡା: ଗତକାଲି କାଳବୈଶାଖୀ ଦ୍ଵାରା ପ୍ରଭାବିତ ହୋଇଥିବା ପରିବାରକୁ ତହସିଲ ତରଫରୁ ପଲିଥିନ୍ ବଣ୍ଟନ କରାଯାଇଛି। ପ୍ରକାଶଥାଉ କି, ଗତକାଲି ଅପରାହ୍ନରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମହୁଲି ଠାରେ କାଳବୈଶାଖୀ ତିନୋଟି ଘରକୁ ସମ୍ପୂର୍ଣ୍ଣ ଉଜାଡ଼ି ଦେଇଥିଲା। ଘରର ଛାତ ଗୁଡ଼ିକ ସମ୍ପୂର୍ଣ୍ଣ ଉଡ଼ି ଯିବା ସହିତ ବର୍ଷା ଯୋଗୁଁ ତିନୋଟି ପରିବାର ଅସହାୟ ହୋଇ ପଡ଼ିଥିଲେ। ମହୁଲି ରାଜସ୍ୱ ନୀରିକ୍ଷକ ପରିସ୍ଥିତି ଅନୁଧ୍ୟାନ କରିବା ସହ ତହସିଲ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିଥିଲେ।

ତହସିଲ ତରଫରୁ ପ୍ରଭାବିତ ଏହି ତିନି ପରିବାରକୁ ପଲିଥିନ୍ ଯୋଗାଇ ଦିଆଯାଇଥିବା ନେଇ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ପ୍ରକାଶ କରିଛନ୍ତି। ତେବେ ପ୍ରଭାବିତ ବ୍ୟକ୍ତି ବିଶେଷ ହେଲେ ମହୁଲିର ଗୁରୁ କତଲି, ଭଗବାନ ପରଜା, ଜଗନ୍ନାଥ ଜାନୀ। ପଲିଥିନ୍ ବଣ୍ଟନ ସମୟରେ ମହୁଲି ପଞ୍ଚାୟତର ସରପଞ୍ଚ ସଦା ଜାନୀ, ସମିତି ସଭ୍ୟ ଭକ୍ତରାମ ହରିଜନ, ଜିଲ୍ଲା ପରିଷଦ-୨ ସଭ୍ୟା ମଣି ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe