ବର୍ଷାରେ ୬୦ଟି ଘର ଭାଙ୍ଗିବା ପରେ ତହସିଲ ପକ୍ଷରୁ ପଲିଥିନ ବିତରଣ

Advertisment
ବର୍ଷାରେ ୬୦ଟି ଘର ଭାଙ୍ଗିବା ପରେ ତହସିଲ ପକ୍ଷରୁ ପଲିଥିନ ବିତରଣ

Sambad

ଜୟପୁର: ଲଘୁଚାପ ବର୍ଷା ଫଳରେ ଗତ କାଲି ଓ ଆଜି ଜୟପୁର ତହସିଲର ବିଭିନ୍ନ ରାଜର୍ସ୍ବ ସର୍କଲରେ ୬୦ଟି ଘର ଭାଙ୍ଗିଛି। ଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ତହସିଲ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ରାଜସ୍ବ ନିରୀକ୍ଷକ ମାନଙ୍କ ଉପସ୍ଥିତିରେ ଅତିରିକ୍ତ ତହସିଲଦାର ମାନସ ରଂଜନ ଘଡେଇ ପଲିଥିନ ବିତରଣ କରିଥିଲେ। ଏଥିରେ ସର୍ବାଧିକ ଜୟନ୍ତଗିରୀ ରାଜସ୍ବ ସର୍କଲର ମୀନାଗୁଡାର ୧୨ଜଣ, ଚାରଗାଁର ଜଣେ, କେନ୍ଦୁଗୁଡାର ୯ଜଣ ଓ ରାମନାୟକଗୁଡାର ତିନିଜଣଙ୍କୁ ଏଭଳି ୨୫ଜଣଙ୍କୁ ବିତରଣ କରାଯାଇଥିବା କହିଛନ୍ତି ଜୟନ୍ତଗିରୀ ରାଜସ୍ବ ନିରୀକ୍ଷକ ଗୁପ୍ତ ପ୍ରସାଦ ତ୍ରିପାଠୀ। କିଛି ଘର ଆଂଶିକ ଓକିଛି ଘର ସଂପୁର୍ଣ୍ଣ ଭାଙ୍ଗି ଯାଇଛି, କିଛି ଗୁହାଳ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe