ବ୍ୟକ୍ତିଗତ ଜମିରେ ଅମୃତ ସରୋବର ଯୋଜନା

ବ୍ୟକ୍ତିଗତ ଜମିରେ ଅମୃତ ସରୋବର ଯୋଜନା

Sambad

ଖୋର୍ଦ୍ଧା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ଥିବା ୮୦ଟି ସର୍ବସାଧାରଣ ବୃହତ ପୋଖରୀକୁ ଖନନ କରାଯାଇ ପୁନରୁଦ୍ଧାର, ନବୀକରଣ ଆଦି କରିବାକୁ କେନ୍ଦ୍ର ସରକାର ଅନୁଦାନ ଦେଇଛନ୍ତି। କିନ୍ତୁ ବେଗୁନିଆ ବ୍ଲକ ଗୋଡ଼ା ଠାରେ ଏହି ଅମୃତ ସରୋବର ଯୋଜନାରେ ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତକାଲି ଏନେଇ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଅଭିଯୋଗକର୍ତ୍ତା ଯୁଧିଷ୍ଠୀର ସାମନ୍ତରାୟଙ୍କ କହିବା ଅନୁସାରେ, ଯେଉଁ ପୋଖରୀ ଖୋଳାଯାଉଛି ତାହା ଗାଁର ଦୁଇଜଣ ପ୍ରଭାବଶାଳୀ ଲୋକଙ୍କ ନିଜ ଜାଗା। ସର୍ବସାଧାରଣ ପୋଖରୀର ପୁନରୁଦ୍ଧାର ପାଇଁ ସରକାର ୧୦ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି।

publive-image Sambad

ଏହି କାମରେ ମନରେଗା ଯୋଜନାରେ ଜବକାର୍ଡ଼ ପାଇଥିବା ଶ୍ରମିକଙ୍କୁ ନିୟୋଜିତ କରିବାକୁ ନିର୍ଦେଶ ରହିଛି। କିନ୍ତୁ ତରବରିଆ ଭାବେ ଯନ୍ତ୍ରପାତି ଲଗାଇ ଘରୋଇ ଜମିରେ ପୋଖରୀ ଖୋଳା ଚାଲିଛି। ଏହି କାର୍ଯ୍ୟର ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳଙ୍କ ସମେତ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଭିଜିଲାନ୍ସ ମୁଖ୍ୟଙ୍କୁ ପତ୍ର ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe