ତେଲୁଗୁ ସମ୍ପ୍ରଦାୟର ପୋଙ୍ଗଲ ପର୍ବ ଆରମ୍ଭ

Advertisment
ତେଲୁଗୁ ସମ୍ପ୍ରଦାୟର ପୋଙ୍ଗଲ ପର୍ବ ଆରମ୍ଭ

Sambad

ବୈପାରିଗୁଡା: ‌କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ବସବାସ କରୁଥିବା ତେଲୁଗୁ ଭାଷାଭାଷୀ ପରିବାର ତରଫରୁ ପୋଙ୍ଗଲ ପର୍ବ ଆରମ୍ଭ ହୋଇଛି। ତିନିଦିନ ବ୍ୟାପୀ ପାଳନ କରାଯାଉଥିବା ଏହି ପର୍ବର ଗତକାଲି ପ୍ରଥମ ଦିନରେ ଭୋଗୀ ପାଳନ କରାଯାଇଛି। ରାତିରେ ନିଆଁ ଜାଳି ଉତ୍ସବର ଆରମ୍ଭ କରିଥିଲେ। ଆଜି ଦ୍ୱିତୀୟ ଦିନରେ ସମସ୍ତ ପ୍ରକାର ପ୍ରସ୍ତୁତି ସହ ଆସନ୍ତାକାଲି ପୋଙ୍ଗଲ ଧୁମଧାମରେ ପାଳନ କରାଯିବ ବୋଲି ପ୍ରକାଶ। ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପାଳନ ସହ ସମସ୍ତ ନୂଆ ଲୁଗା ପିନ୍ଧିବା ସହ ଘରେ ଘରେ ପିଠାପଣାର ଆୟୋଜନ କରାଯିବ। ସାରାଦିନ ମଉଜ ମଜଲିସରେ ସମୟ କାଟିବା ସହ ବୁଲାବୁଲି କରି ପର୍ବ ଟିକୁ ଉପଭୋଗ କରିବେ।

ଦକ୍ଷିଣ ଭାରତୀୟଙ୍କର ଏହା ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଅନ୍ୟ ଭାଷାଭାଷୀ ମଧ୍ୟ ସେମାନଙ୍କ ସହ ଏକାଠି ଦିନଟିକୁ ଉପଭୋଗ କରି ଭାଇଚାରାର ବାର୍ତ୍ତା ଦେଇଥାନ୍ତି। ଏଥିସହ ଆଜି ବୈପାରିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଧିପୂର୍ବକ ପୂଜାର୍ଚ୍ଚନା, ମକର ଚାଉଳ ଅର୍ପଣ ତଥା ସ୍ବତନ୍ତ୍ର ବେଶ କରାଯାଇଛି। ଅନ୍ୟ ମନ୍ଦିର ଗୁଡ଼ିକରେ ମଧ୍ୟ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe