କଟକଣାରେ ମିଳୁଥିଲା ଏବେ ଆଉ ମିଳୁନି; ଗରିବ-ଅସହାୟ ଏବେ ଭୋକରେ

Advertisment
କଟକଣାରେ ମିଳୁଥିଲା ଏବେ ଆଉ ମିଳୁନି; ଗରିବ-ଅସହାୟ ଏବେ ଭୋକରେ

Sambad

ଭଞ୍ଜନଗର: ମଣିଷ ହେଉ ଅବା ଜୀବଜନ୍ତୁ ସମସ୍ତ ପ୍ରାଣୀ ବଞ୍ଚିବାଙ ପାଇଁ ଦୁଇ ମୁଠା ଖାଦ୍ୟର ଆବଶ୍ୟକ ହୋଇଥାଏ। ନିରାଶ୍ରୟ ମଣିଷଟେ ହେଉ ଅବା ମାନସିକ ବିକୃତ ମଣିଷ ସମସ୍ତଙ୍କ ପାଇଁ ପେଟକୁ ଦାନା ଯୋଗାଡ଼ ଜରୁରୀ। ଏଭଳି ସ୍ଥିତିରେ କରୋନା ପାଇଁ ସଟ୍ଡ଼ାଉନ୍ ଓ ଲକଡାଉନ୍ ଆସିଲେ ଖାଇବା ପାଇଁ ପ୍ରତିଦିନ ଅନ୍ୟ ଉପରେ ନିର୍ଭର କରୁଥିବା ଅସହାୟ ଲୋକଙ୍କ ଅବସ୍ଥା ସଙ୍ଗିନ୍ ହୋଇପଡ଼ୁଛି।

କରୋନା ଦ୍ବିତୀୟ ଲହର ପାଇଁ ହୋଇଥିବା କଟକଣାରେ ଖାଇବାରେ ସମସ୍ୟାକୁ ଦୃଷ୍ଟିରେ ରଖି ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସିଥିଲେ। ଅସହାୟଙ୍କ ଅବସ୍ଥାକୁ ଗୁରତର ସହ ନେଇ ସରକାର ମଧ୍ୟ ଏନ୍ଏସି ମାଧ୍ୟମରେ ବିଭିନ୍ନ ଏସ୍ଏସ୍ଚି ମାନଙ୍କୁ ଦ୍ବାରା ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। କିନ୍ତୁ କଟକଣା ଆଂଶିକ କୋହଳ ପରେ ସେମାନେ ପୁଣି ସେଇ ପୁରୁଣା ଅବସ୍ଥାକୁ ଫେରିଛନ୍ତି। ମୁହଁ ଖୋଲି କାହାକୁ ଖାଇବାକୁ ମାଗି ପାରୁନଥିବା ବେଳେ ସାପ୍ତାହିକ ସଟ୍ଡାଉନ ସେମାନଙ୍କ ଅବସ୍ଥା ପୁଣି ଶୋଚନୀୟ କରିପକାଇଛି।

ସରକାର କେହି ଭୋକରେ ରହିବେନି ବୋଲି କହିବା ସହ ରନ୍ଧାଖାଦ୍ୟ ବଣ୍ଟନ କରିବା ସହ କୁକୁର, ଗାଇଗୋରୁଙ୍କୁ ମଧ୍ୟ ଖାଇବା ଦିଆଯାଉଥିଲା। କିନ୍ତୁ ହଠାତ୍ ଆଂଶିକ କୋହଳ ଘୋଷଣା ହେବା ପରେ ଖାଇବା ବଣ୍ଟନ ମଧ୍ୟ ବନ୍ଦ କରିଦିଆଗଲା। ଗତ ୧୭ ତାରିଖ ଦିନ ୨ଟି ମହିଳା ଏସ୍ଏସ୍‌ଜି ପକ୍ଷରୁ ଦୁଇଓଳା ୪୦ ଜଣ ଲେଖାଏଁ ଗରୀବ ଅସହାୟଙ୍କୁ ଖାଦ୍ୟ ଦିଆଯାଇଥିବା ବେଳେ ଏହାପର ଠାରୁ ଆଉ ରନ୍ଧାଖାଦ୍ୟ ଦିଆଯାଇନାହିଁ। ଫଳରେ ନିରାଶ୍ରୟ ଲୋକଙ୍କ ଅବସ୍ଥା ଜଟିଳ ହୋଇପଡ଼ିଛି।

publive-image

ପୂର୍ବରୁ କେହି ହୋଟେଲରୁ କିମ୍ବା ସହୃଦୟ ବ୍ୟକ୍ତି ଏମାନଙ୍କୁ ଖାଇବାକୁ ଦେଉଥିଲେ। ବର୍ତ୍ତମାନ ସଟ୍‌ଡ଼ାଉନ କଟକଣା ଯୋଗୁ ଲୋକମାନେ ପୂର୍ବପରି ଯାତାୟତ କରୁ୍ନଥିବା ସହ ଖାଇବା ଦୋକନ ବନ୍ଦ ହେବା ଫଳରେ ଖାଇବାକୁ ପାଉ ନଥିବା ସେମାନଙ୍କ ଚେହେରାକୁ ଦେଖିଲେ ମନେ ହେଉଛି। ବସଷ୍ଟାଣ୍ତ ପ୍ରତିକ୍ଷାଳୟରେ ବହୁ ଦିନ ହେବ କିଛି ବ୍ୟକ୍ତି ପଡି ରହୁଥିବା ସହ ରାସ୍ତା ଘାଟରେ ଅନେକ ଅସହାୟ ରହିଛନ୍ତି। ଏହି ଅସହାୟ ଲୋକ ମାନେ ମୁହଁ ଖୋଲି କାହକୁ କିଛି ମାଗୁ ନଥିବା ବେଳେ ପୂର୍ବରୁ ଯେ ଯାହା ଦେଲେ ସେଥିରେ ଚଳି ଯାଉଥିଲେ। ଆଜି ସ୍ବଚ୍ଛସାଥୀ ଗିତାଞ୍ଜଳି ତ୍ରିପାଠି ସେହି ରାସ୍ତାଦେଇ ଯାଉଥିବା ବେହଳେ କିଛି ସୁଖିଲା ଖାଦ୍ୟ ଆଣି ସେମାନଙ୍କୁ ଦେଇଥିବା ପ୍ରକାଶ କରିଛନ୍ତି। ବସ୍‌ଷ୍ଟାଣ୍ତ ଏବଂ ମେଡିକାଲ୍ ନିକଟରେ ରହିଥିବା କିଛି ଅସହାୟଙ୍କ ଅବସ୍ଥା ଦେଖି କିଛି ସ୍ବେଚ୍ଛାସେବୀ ଆଜି ତୁରନ୍ତ ରୋଷେଇ ବ୍ୟବସ୍ଥା କରି ଖାଇବା ଦେଇଥିବା ଦେଖିବାକୁ ମିଳିଥିଲା। କରୋନା ପାଇଁ ସଟଡ଼ାଉନ ସମୟରେ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେବା ଜରୁରୀ ହୋଇ ପଡିଛି। ସେହିପରି ବୁଲା ଗାଇ ଗୋରୁ ଓ କୁକୁର ଭଳି ପଶୁ ମାନଙ୍କ ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe