Sambad
ଖୋର୍ଦ୍ଧା: ଗର୍ଭବତୀ ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା, ଏହାର ସୃଷ୍ଟି ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଶୁକ୍ରବାର ଜିଲ୍ଲାସ୍ତରୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିରୂପମା ପାଣି ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଗର୍ଭବତୀଙ୍କ ସୁଷମ ଖାଦ୍ୟ, ଗର୍ଭଧାନ ଓ ନବଜାତଙ୍କୁ ଦୁଗ୍ଧପାନର ୧ହଜାର ଦିନରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାର ଆବଶ୍ୟକତା ସମ୍ପର୍କରେ ଗ୍ରାମାଞ୍ଚଳରେ କିଭଳି ଅଧିକରୁ ଅଧିକ ସଚେତନ କରାଯାଇ ପାରିବ ସେନେଇ ଦୃଷ୍ଟି ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।
ସଭାର ଅଧ୍ୟକ୍ଷ ଶ୍ରୀମତି ପାଣି ପୋଷଣ ପଞ୍ଚସୂତ୍ର ଓ ୭ଟି ପ୍ରସଙ୍ଗ ସମ୍ପର୍କରେ ବୁଝାଇଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇସିଡିଏସ୍ ବିଭାଗର ସିଡିପିଓ, ସୁପରଭାଇଜର, ବ୍ଲକ ସଂଯୋଜକ, ଅଙ୍ଗନବାଡ଼ି କର୍ମୀ ଓ ସ୍ବୟଂସହାୟିକା ଗୋଷ୍ଠୀର କର୍ମକର୍ତା ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ପୋଷଣ ସଂଯୋଜକ ଅଭିଲିପ୍ସା ବେହେରା, ଡିପିଏ ବି ସନ୍ତୋଷ, ଡିପିସି (ମମତା ଯୋଜନା) ସୁରଥ ଚନ୍ଦ୍ର ବିଶ୍ବାଳ, ଡିପିଏ (ମମତା ଯୋଜନା)ଲକ୍ ବଳିଆରସିଂହ, ଆକ୍ସନ ଏଡ୍ର ସ୍ବାତୀ ତନ୍ମୟା ମିଶ୍ର, ସୁପରଭାଇଜର ଜାନକୀ ମାଝି, ବରିଷ୍ଠ କିରାଣୀ କଳ୍ପନା ପରିଡ଼ା, ଶୁଭସ୍ମିତା ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଧନ୍ୟବାଦ ଦେଇଥିଲେ।
Follow Us