ବିଜେପିରେ ଥମୁନି ପଦପଦବୀ ରାଜନୀତି: ଗୋଟିଏପଟେ ବିରୋଧ,ଅନ୍ୟପଟେ ସ୍ବାଗତ

ବିଜେପିରେ ପଦପଦବୀ ରାଜନୀତି ଥମୁନି। ନିକଟରେ ମଙ୍ଗଳ ସଭାପତି ଓ ମଣ୍ଡଳ ପ୍ରତିନିଧି ଚୟନ ପ୍ରକ୍ରିୟା ଶେଷ ହୋଇଛି। ହେଲେ ଚୟନ ହୋଇଥିବା କିଛି ମଣ୍ଡଳ ସଭାପତି ଓ ପ୍ରତିନିଧିଙ୍କୁ ନେଇ ବିବାଦ ଉପୁଜିଛି...

position politics in BJP

position politics in BJP Photograph: (sambad.in)

ରାଉରକେଲା: ବିଜେପିରେ ପଦପଦବୀ ରାଜନୀତି ଥମୁନି। ନିକଟରେ ମଙ୍ଗଳ ସଭାପତି ଓ ମଣ୍ଡଳ ପ୍ରତିନିଧି ଚୟନ ପ୍ରକ୍ରିୟା ଶେଷ ହୋଇଛି। ହେଲେ ଚୟନ ହୋଇଥିବା କିଛି ମଣ୍ଡଳ ସଭାପତି ଓ ପ୍ରତିନିଧିଙ୍କୁ ନେଇ ବିବାଦ ଉପୁଜିଛି। ଗୋଟିଏ ଗୋଷ୍ଠୀ ନିଯୁକ୍ତି ପାଇଥିବା ମଣ୍ଡଳ ସଭାପତିଙ୍କୁ ସ୍ବାଗତ କରୁଥିବାବେଳେ ଅନ୍ୟଗୋଷ୍ଠୀ କଡ଼ା ବିରୋଧ କରୁଛନ୍ତି।

ଏମିତି ଦ୍ବନ୍ଦ ଉପୁଜିଛି ଗୋପବନ୍ଧୁ ମଣ୍ଡଳ ସଭାପତି ଚୟନ ପ୍ରକ୍ରିୟାକୁ ନେଇ। ଗୋପବନ୍ଧୁ ମଣ୍ଡଳ ସଭାପତି ଜନ ନାୟକଙ୍କୁ କିଛି ନେତା ଓ କର୍ମୀ କଡ଼ା ବିରୋଧ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉସଭାନେତ୍ରୀ କଳ୍ପନା ଲେଙ୍କା, ନୂତନ ଦୀପ, ସୁନିତା ‌ମୋହିନୀ, କାନ୍ତୀ କଲେଜ, ଆଶା ନାଇଡୁ ଅଭିଯୋଗ କରିଛନ୍ତି ଠିକ୍‌ ଭାବେ ଚୟନ କରାଯାଇ ନାହିଁ।

ଜନ ନାୟକ ଜଣେ ବିଜେଡି କର୍ମୀ। ମଣ୍ଡଳ ସଭାପତି ହେବାକୁ ହେଲେ ସମ୍ପୃକ୍ତ ବ୍ୟକ୍ତି ୬ ବର୍ଷ ଦଳରେ ରହିବା ସହ ବିଭିନ୍ନ ପଦବପଦବିକୁ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ। ଯାହାକୁ ମଣ୍ଡଳ ସଭାପତି ଚୟନ କରାଯାଇଛି, ସେ କେତେବର୍ଷ ବିଜେପିରେ ଥିଲେ ? ତାଙ୍କର କେତେ ବୟସ ? ତା’ର ସଠିକ୍‌ ଯାଞ୍ଚ ହେବା ଦରକାର।

ଅପରପକ୍ଷେ ଜନ ନାୟକ ମଣ୍ଡଳ ସଭାପତି ଭାବେ ଯୋଗ୍ୟ ବୋଲି ଯୁକ୍ତି ବାଢ଼ିଛନ୍ତି ସ୍ଥାନୀୟ ଅଞ୍ଚଳର ପ୍ରମିଳା ଦାସ। ସେ କହିଛନ୍ତି, ମଣ୍ଡଳ ସଭାପତି ପାଇଁ ଦଳର ଯେଉଁ ନୀତି ନିୟମ ରହିଛି, ତା’କୁ ଜନ ନାୟକ ପାଳନ କରିଛନ୍ତି। ଜନ ନାୟକଙ୍କୁ ନେଇ ଶୋଭାଯାତ୍ରା ବାହାରିଥିଲା। ରେଲୱେକଲୋନିରୁ ବାହାରି ଗୋପବନ୍ଧୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରିବା ପରେ ଶୋଭାଯାତ୍ରା ଶେଷହୋଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

ଅଧିକ ପଢ଼ନ୍ତୁ: କାନ୍ଥ କଣାକରି ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମୋବାଇଲ ଚୋରି

ଅନ୍ୟପଟେ ଜନ ନାୟକ ଚୟନକୁ ବିରୋଧ କରୁଥିବା ନେତାନେତ୍ରୀମାନେ ବିଜେପିର ହାଇକମାଣ୍ଡରଙ୍କୁ ଭେଟିବାକୁ ଯାଉଛନ୍ତି। ଯଦି ଚୟନ ଆରମ୍ଭରୁ ଏଭଳି ଅନିୟମିତା ଉପୁଜେ, ନେତା ଓ କର୍ମୀମାନଙ୍କ ମଧ୍ୟରେ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ତୁଟିଯିବ।

 ଆଗକୁ ଜିଲ୍ଲା ସଭାପତି ଚୟନ ହେବାକୁ ଯାଉଛି। ଏହା ପୂର୍ବରୁ ନିଯୁକ୍ତ ହୋଇଥିବା ମଣ୍ଡଳ ସଭାପତି ପଦବିର ପୁନର୍ବିଚାର ହେବା ଦରକାର ବୋଲି ଦଳର କିଛି ତୁଙ୍ଗ ନେତା ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ଯମୁନା ପଶ୍ଚିମବଙ୍ଗକୁ ଯିବା ଗୁଜବ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe