ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା, କମିଲା ଦୈନିକ ସୁସ୍ଥଙ୍କ ସଂଖ୍ୟା

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୦୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୪

tv9hindi.com

ଖୋର୍ଦ୍ଧା: ଗତ ୨୦ ଦିନ ଧରି କରୋନା ସଂକ୍ରମଣ ହାର ହ୍ରାସ ପାଇଥିଲା। ଦୈନିକ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଥିଲା। ତେବେ ଗତ ୩ ଦିନ ଧରି ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଧୀରେଧୀରେ କାୟା ବିସ୍ତାର କରିବା ଭଳି ଜଣାଯାଉଛି। ସୁସ୍ଥଙ୍କଠାରୁ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୧୨୪୦ଟି ରାପିଡ୍ ଆଣ୍ଟିଜେନ୍ ଓ ୧୦୨୨ଟି ଆର୍ଟି-ପିସିଆର୍ ପରୀକ୍ଷଣ ହୋଇଥିଲା। ମୋଟ ୨୨୬୨ଟି ପରୀକ୍ଷଣରେ ୭ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି।

ଚିହ୍ନଟଙ୍କ ମଧ୍ୟରୁ ଜଟଣୀ ପୌରାଞ୍ଚଳ ଓ ବ୍ଲକରୁ ସର୍ବାଧିକ ୩ଜଣ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧା ବ୍ଲକ ଓ ପୌରାଞ୍ଚଳରୁ ଜଣେ, ଚିଲିକାରୁ ଜଣେ ଓ ବାଣପୁରରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷରେ ଚିକିତ୍ସାଧୀନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe