ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପୋଷ୍ଟକାର୍ଡ ଉନ୍ମୋଚିତ

Advertisment
ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ପୋଷ୍ଟକାର୍ଡ ଉନ୍ମୋଚିତ

Sambad

ଖୋର୍ଦ୍ଧା: ପବିତ୍ର ରଥଯାତ୍ରା ଅବସରରେ ଖୋର୍ଦ୍ଧା ମୁଖ୍ୟ ଡାକଘର ପକ୍ଷରୁ ସ୍ୱତନ୍ତ୍ର ରଦ୍ଦକରଣ ମୋହର ଓ ପୋଷ୍ଟକାର୍ଡ ଉନ୍ମୋଚିତ ହୋଇଯାଇଛି। ମୁଖ୍ୟ ଡାକଘର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଡାକପାଳ ମନୋଜ କର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଭୁବନେଶ୍ୱର ଡାକମଣ୍ଡଳ ସହକାରୀ ଅଧୀକ୍ଷକ ଦେବଦତ୍ତ ଜେନା ଓ ପୂର୍ବତନ ଅଧ୍ୟାପକ ତଥା ସଂଗ୍ରାହକ ଗୋପାଳକୃଷ୍ଣ ଦାସ ଯୋଗ ଦେଇଥିଲେ। ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥର ଚିତ୍ର ଥାଇ ଏକ ସ୍ୱତନ୍ତ୍ର  ପୋଷ୍ଟକାର୍ଡ ଓ ସ୍ୱତନ୍ତ୍ର ରଦ୍ଦକରଣ ମୋହରକୁ ଉନ୍ମୋଚିତ କରିଥିଲେ। ଖୋର୍ଦ୍ଧାର ରାଜା ପ୍ରଥମ ରାମଚନ୍ଦ୍ରଦେବଙ୍କ ସମୟରେ ଖୋର୍ଦ୍ଧା ଗଡ଼ରେ ଚତୁର୍ଦ୍ଧାମୂର୍ତିଙ୍କ ନବକଳେବର ଅନୁଷ୍ଠିତ ହୋଇଥିଲା।

ଖୋର୍ଦ୍ଧାର ଭୋଇବଂଶର ରାଜା ହିଁ ପରବର୍ତୀ ସମୟରେ ପୁରୀର ରାଜା ଭାବେ ସ୍ୱୀକୃତି ପାଇବା ସହ ତିନିଠାକୁରଙ୍କ ସେବକଭାବେ ନିଜକୁ ସମର୍ପିତ କରିଥିଲେ। ଏହି ଦୃଷ୍ଟିରୁ ଖୋର୍ଦ୍ଧାରେ ଏଭଳି ସ୍ୱତନ୍ତ୍ର ପୋଷ୍ଟକାର୍ଡ ଓ ମୋହର ଉନ୍ମୋଚିତ ହେବା ଏକ ସମ୍ମାନ ବୋଲି ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀର ସଂଗ୍ରାହକ ବିଭୂତି ପଟ୍ଟନାୟକ, ଚୈତନ୍ୟ ବେହେରା, ଡାକଘରର କର୍ମଚାରୀ ଆୟୁବ ଖାଁନ, ଗୌରୀ ଶଙ୍କର ନାୟକ, କାହ୍ନୁ ପରିଡ଼ା, ଭାସ୍କର ବେହେରା ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe