ଭବାନୀପାଟଣାରେ ଲକଡାଉନ ସମୟରେ ଅସହାୟଙ୍କ ହାତ ବଢ଼ାଇଲା ଡାକ ବିଭାଗ, ୨ଶହ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା

Advertisment
ଭବାନୀପାଟଣାରେ ଲକଡାଉନ ସମୟରେ ଅସହାୟଙ୍କ ହାତ ବଢ଼ାଇଲା ଡାକ ବିଭାଗ, ୨ଶହ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା
ଭବାନୀପାଟଣା: କରୋନା ଭୁତାଣୁ  ସଂକ୍ରମଣ ନହେବା ପାଇଁ ସରକାର ଲକଡାଉନ ନିୟମ କରିଛନ୍ତି । ଫଳରେ ବହୁ ଅସହାୟ, ଅନାଥ ଓ ଗରିବ ଲୋକେ କାମଧନ୍ଦା କିମ୍ବା ଖାଇବା ପିଇବା ତଥା ଅତ୍ୟାବଶ୍ୟକ ସମଗ୍ରୀରୁ ପାଇବା ପାଇଁ ହାହାକାର ହୋଇପଡିଛନ୍ତି । ଏପରି ସ୍ଥଳେ କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଗରିବ, ଅନାଥ ଓ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛି । ଡାକଘର କର୍ମଚାରୀମାନେ୨୦୦ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଓଡିଶା ଡାକମଣ୍ଡଳର ମହାଡ଼ାକପାଳଙ୍କ ନିର୍ଦେଶ କ୍ରମେ ଭବାନୀପାଟଣା ସଦର ବ୍ଲକ ପାଲସିଝରଣ ପଞ୍ଚାୟତର ଭିକାଝରଣ, ଡୁଙ୍ଗରିପୁଞ୍ଜି, ଘୁଷୁରୀଗଡ଼ ପ୍ରମୁଖ ଗ୍ରାମର ୨୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଜିଲ୍ଲା ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କୁ ନେତୃତ୍ୱରେ ପାଲସିଝରଣ ସରପଞ୍ଚ ଶୃତିମୟୀ ବୁଦ୍ଧିଆ, ଭବାନୀପାଟଣା ସହ ଡାକ ଅଧିକ୍ଷ୍ୟକ ମୋହନ ସୁନା, ଶାଖା ଡାକପାଳ ଯୁଧିଷ୍ଠିର ନାଏକ, ସୌମ୍ୟ ରଞ୍ଜନ ନାଏକ, ଦୀପକରଞ୍ଜନ ବୁଦ୍ଧିଆ ସମେତ ବହୁ ଡାକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

publive-image

ବେଦାନ୍ତ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ

ଲାଞ୍ଜିଗଡ଼ ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ଼ ବିଡ଼ିଓଙ୍କୁ ମାସ୍କ ଓ ସାବୁନ ପ୍ରଦାନ କରାଯାଇଥିଲା । ବେଦାନ୍ତ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଅଞ୍ଚଳର ଲୋକ ମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସଚେତନ କରିବା ସହିତ ୧୫ ହଜାର ରୁ ଉର୍ଦ୍ଧ୍ବ ମାସ୍କ ଓ ୧୦ ହଜାରରୁ ଉର୍ଦ୍ଧ୍ବ ସାବୁନ ବଣ୍ଟନ କରାଯାଇଛି । ସେହିଭଳି ବେଦାନ୍ତ ମେଡିକାଲର ଡାକ୍ତରମାନେ ପାଶ୍ୱବର୍ତୀ ଅଞ୍ଚଳ ଗସ୍ତ କରି  ମାକ୍ସ ଓ ସାବୁନ ବାଣ୍ଟିବା ସହିତ ଲୋକଙ୍କୁ ଭୟଭୀତ ନ ହୋଇ ନିଜର ସ୍ଵଛତା ଉପରେ ବିଶେଷ ଦୃଷ୍ଟି ଦେବା ସହ ସୁସମ ଖାଦ୍ୟ ଖାଇବାକୁ ବୁଝାଇବା ସହିତ ସଚେତନ କରୁଛନ୍ତି । ଅଧିକରୁ ଅଧିକ ଜନ ସଚେତନତା ନେଇ ଜିଲ୍ଲା ପ୍ରଶାସନର ସହଭାଗିତାରେ ବେଦାନ୍ତ ଜନ ସଚେତନତା ଅଭିଯାନ ତ୍ୱରାନ୍ୱିତ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe