ନିୟମଗିରି ଓ ପରସାଲିରେ ଲାଗିଲା ପ୍ରଫୁଲ ସାମନ୍ତରାୟ ବିରୋଧୀ ପୋଷ୍ଟର

Advertisment
ନିୟମଗିରି ଓ ପରସାଲିରେ ଲାଗିଲା ପ୍ରଫୁଲ ସାମନ୍ତରାୟ ବିରୋଧୀ ପୋଷ୍ଟର

Sambad

ରାୟଗଡା: ରାୟଗଡା ଜିଲ୍ଲାରେ ଗତ କିଛିଦିନ ତଳେ ସମାଜସେବୀ ପ୍ରଫୁଲ ସାମନ୍ତରାୟଙ୍କ ଅପହରଣକୁ ନେଇ ଜିଲ୍ଲା ବେଶ ଚର୍ଚ୍ଚାରେ ରହିଥିଲା। ଶ୍ରୀ ସାମନ୍ତରାୟଙ୍କୁ ରାୟଗଡାରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ୍ ତାଙ୍କୁ କେହି ଅପହରଣ କରିନେଇ ତାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ଛାଡି ଦେଇଥିଲେ।ତେବେ ଆଜି ଗୁରୁବାର ପ୍ରଫୁଲ ସାମନ୍ତରାୟଙ୍କୁ ବିରୋଧ କରି କଲ୍ୟାଣସିଂହପୁର ବ୍ଲକର ପରସାଲି ଏବଂ ନିୟମଗିରିରେ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟର ଗୁଡିକ ଜାଗୃତି ଆଦିବାସୀ ମଞ୍ଚ ଓ ନିୟମଗିରି ଯୁବ କମିଟି ତରଫରୁ ମରାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ପ୍ରଫୁଲ ସାମନ୍ତରାୟଙ୍କ ବିରୋଧରେ ଉଲ୍ଲେଖ ରହିଛି। ସେ କିପରି ଆଦିବସୀଙ୍କୁ ଆଢୁଆଳ କରି କୋଟି ପତି ହୋଇଛନ୍ତି ତାହା ଦର୍ଶାଯାଇଛି। ନିଜ ଦେଶର ପ୍ରଗତିକୁ ବିରୋଧ କରିବା ସହ ଏନଜିଓ ନାମରେ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ କରାଯାଇଛି।

ଅଷ୍ଟ୍ରେଲିଆ ଦେଶର କମ୍ପାନିକୁ ଫାଇଦା ପହଞ୍ଚାଇବା ପାଇଁ ନିରୀହ ଆଦିବାସୀଙ୍କୁ ବ୍ୟବହାର କରୁଥିବା ଉଲ୍ଲେଖ ରହିଛି।ନିୟମଗିରି ଖଣିକୁ ବିରୋଧ କରି ଶ୍ରୀ ସାମନ୍ତରାୟ କୋଟି କୋଟି ଟଙ୍କା ହଡପ କରିଛନ୍ତି। ପାହାଡିଆ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ଗଦ୍ଦାରୀ କାମ କରିଥିବା କୁହାଯାଇଛି। ସମାଜସେବୀ ନାମରେ ଖଣି ବିଷୟରେ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ନିରୀହ ଆଦିବାସୀଙ୍କୁ ଭୁବନେଶ୍ବର ନେଇ ତାଙ୍କ ଦ୍ବାରା ପ୍ରତିବାଦ କରି କୋଟି କୋଟି ଟଙ୍କା ଲୁଟୁଥିବା କୁହାଯାଇଛି। ଶ୍ରୀ ସାମନ୍ତରାୟ ବିରୋଧରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଷ୍ଟରରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe