ବୌଦ୍ଧ: ରବିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୭ଟି ଜୋନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଥିଲା। ଫଳରେ ପରିଷଦ ଗଠନ କରିବାକୁ ବିଜେଡି ଦଳ ଏକମାତ୍ର ଦାବିଦାର ରହିଥିଲା। ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏହି ବର୍ଗରେ ୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଉର୍ମିଳା ଝାଙ୍କର ଓ ୯ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ପ୍ରଭାସିନୀ ଦାସ ରହିଥିଲେ। ଦୁଇ ଜଣଙ୍କ ମଧ୍ୟରେ କିଏ ଅଧ୍ୟକ୍ଷ ପଦରେ ବସିବେ ବୋଲି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। ତେବେ ଦଳର ନିଷ୍ପତ୍ତି ଅନୁସାରେ କେବଳ ପ୍ରଭାସିନୀ ଦାସ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଫଳରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us