ବିଜେଡିର ବରିଷ୍ଠ ସଂପାଦକ ପ୍ରଦୀପ ମାଝିଙ୍କ ହଳଦୀକୁଣ୍ଡ ଗସ୍ତ

Advertisment
ବିଜେଡିର ବରିଷ୍ଠ ସଂପାଦକ ପ୍ରଦୀପ ମାଝିଙ୍କ ହଳଦୀକୁଣ୍ଡ ଗସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ସାଲିମି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ୧୫ ଦିନରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ପାଉଛନ୍ତି। ତେବେ ଏହି ଘଟଣା ପରେ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ଚିକିତ୍ସା ସହ ଲୋକଙ୍କୁ ସଚେତନ ଆରମ୍ଭ କରିଛି। ଏହି ଅଜଣା ରୋଗ ସଂପର୍କରେ ଜାଣିବା ପରେ ବିଜେଡିର ବରିଷ୍ଠ ସଂପାଦକ ପ୍ରଦୀପ ମାଝି ହଳଦୀକୁଣ୍ଡ ଗସ୍ତରେ ଯାଇ ଲୋକଙ୍କ ସହ ମିଶିଥିଲେ। ରୋଗର କାରଣ ଏବଂ ଏହା କେଉଁ କାରଣରୁ ହେଉଛି ସେନେଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଡାକ୍ତରୀ ଦଳ ସହ କଥାବାର୍ତ୍ତା କରି କିପରି ଲୋକେ ଏହି ରୋଗର ଦାଉରୁ ରକ୍ଷା ପାଇବେ ସନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ଲୋକଙ୍କୁ ଭୟଭିତ ନହେବାକୁ କହିବା ସହ ତୁରନ୍ତ ଦେହ ଖରାପ ହେଲେ ଗୁଣିଆ କିମ୍ବା ଦିସାରୀଙ୍କ ପାଖକୁ ନଯାଇ ଡାକ୍ତରଖାନାକୁ ଯିବାକୁ ପରାମର୍ଶ ଦେଇଥିଲେ। ତେବେ ପ୍ରଥମ କରି ବିଜେଡିର ଜଣେ ଆଗଧାଡିର ନେତା ହଳଦୀକୁଣ୍ଡରେ ପହଞ୍ଚି ଲୋକଙ୍କ ସହ ମିଶିଥିବାରୁ ଲୋକେ ମଧ୍ୟ ଖୁସି ଜାହିର କରିଥିଲେ। ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅନ୍ୟ ରୋଗୀଙ୍କ ମଧ୍ୟ ଭେଟିବେ ବୋଲି କହିଥିଲେ। ପ୍ରଦୀପ ମାଝିଙ୍କ ସହ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀପ୍ରିୟା ନାୟକ ଏବଂ ଅନ୍ୟ କର୍ମୀମାନେ ମଧ୍ୟ ରହିଥିଲେ।ପ୍ରଦୀପ ମାଝିଙ୍କ ଏହି ଗସ୍ତ ଆଗକୁ ପ୍ରଭାବ ପକାଇବ ବୋଲି କୁହାଯାଇଛି। ସେ ସବୁବେଳେ ଲୋକଙ୍କର ସୁଖଦୁଃଖରେ ଛିଡା ହେଉଥିବାରୁ ତାଂକୁ ଲୋକେ ପସନ୍ଦ କରୁଥିବା ଲୋକେ କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe