ଶିକ୍ଷକ ମେଘନାଦ ଭୋଇ ପାଇଲେ ପ୍ରକୃତି ମିତ୍ର ପୁରସ୍କାର

Advertisment
ଶିକ୍ଷକ ମେଘନାଦ ଭୋଇ ପାଇଲେ ପ୍ରକୃତି ମିତ୍ର ପୁରସ୍କାର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପଣ୍ଡାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମେଘନାଦ ଭୋଇ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଓଡ଼ିଶା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ମେଘନାଦ ଭୋଇଙ୍କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୨୦ ବର୍ଷପାଇଁ ତାଙ୍କୁ ଏକ ପ୍ରମାଣପତ୍ର ସହ ପଣ୍ଡାପାଲି ସ୍କୁଲରକୁ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରାଯାଇଛି।

publive-image

ଏହା ପୂର୍ବରୁ ଶ୍ରୀଯୁକ୍ତ ଭୋଇ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଜଣେ ଆଦର୍ଶ ଶିକ୍ଷକ ଭାବରେ ଅନେକ ଥର ବିଭିନ୍ନ ସଙ୍ଗଠନ ତରଫରୁ ପୁରସ୍କୃତ ହୋଇଛନ୍ତି। ତାଙ୍କୁ ଏହି ସମ୍ମାନ ମିଳିବା ପରେ ଶିକ୍ଷକ ତଥା ଶିକ୍ଷା ପ୍ରେମୀମାନଙ୍କ ମହଲରେ ଆନନ୍ଦ ଲହରି ଖେଳିଯାଇଛି। ମଙ୍ଗଳବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ଶ୍ରୀ ଭୋଇଙ୍କୁ ଏହି ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe