ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ନିଜ କବଜାକୁ ନେଉଛି ବିଜୁ ଜନତା ଦଳ। ଏହି ପରିପ୍ରେକ୍ଷୀରେ ଯାଜପୁର ଆସନକୁ ପୁଣି ଥରେ ବିଜେଡି ଅକ୍ତିଆର କରିଛନ୍ତି। ଆଉ ପୁଣି ତୃତୀୟ ଥର ପାଇଁ ଯାଜପୁରବାସୀଙ୍କ ଭରସା ଜିତି ମଙ୍ଗ ଧରିଛନ୍ତି ପ୍ରଣବ ପ୍ରକାଶ ଦାସ।
ଯାଜପୁର ବିଧାନସଭା ଆସନରୁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଗୌତମ ରାୟଙ୍କୁ ୪୦୬୮୭ ଭୋଟ୍ ବ୍ୟବଧାନରେ ପରାସ୍ତ କରି ତୃତୀୟ ଥର ପାଇଁ ବିଧାୟକ ବନିଛନ୍ତି ବିଜେଡିର ହେଭିୱେଟ୍ ନେତା ପ୍ରଣବ ପ୍ରକାଶ ଦାସ।
ଯାଜପୁରରେ ବିଜେଡିର ଜବରଦସ୍ତ ବିଜୟ, ତୃତୀୟ ଥର ପାଇଁ ହ୍ୟାଟ୍ରିକ୍ ମାରିଲେ ହେଭିୱେଟ୍ ବବି ଦାସ
Advertisment
Follow Us