ସୌମ୍ୟରଂଜନଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ମହଲରୁ ପ୍ରାର୍ଥନା

Advertisment

ମୟୂରଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକାଙ୍କ ନିକଟରେ ସାମୂହିକ ଦୀପଦାନ

ମୟୂରଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକାଙ୍କ ନିକଟରେ ସାମୂହିକ ଦୀପଦାନ

ସାମ୍ନାକୁ ଆସିଲା ବିଦ୍ୟୁତ୍‌ ବିଲ୍‌ରେ କେଳେଙ୍କାରୀ: ଗ୍ରାହକଙ୍କଠୁ ନେଇଥିବା ଅଧିକ ଟଙ୍କା ସୁଧ ସହ ଫେରାଅ

ବାରିପଦା: ‘ସମ୍ବାଦ’ର ସଂପାଦକ, ସମ୍ବାଦ ସାହିତ୍ୟ ଘରର ମୁରବୀ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ସଂକ୍ରମିତ ହେବା ଖବରରେ ମୟୂରଭଞ୍ଜ ଜିଲ୍ଲାର ସାହିତ୍ୟିକଗଣ ମର୍ମାହତ ହୋଇପଡିଛନ୍ତି। ଆଜି ସକାଳେ ସୌମ୍ୟରଂଜନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ନେତୃତ୍ୱରେ ସଂପାଦକ ମନୋଜ ଦଳବେହେରା, ଉପ ସଭାପତି କାବେରୀ ମିଶ୍ର, ପୂର୍ବତନ ସଭାପତି ଅଜିତ କୁମାର କବାଟ, କୋଷାଧ୍ୟକ୍ଷ ଅଧ୍ୟାପକ ସମରେନ୍ଦ୍ର ବଶା, ବାରିପଦା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଡ. ଦୀନବନ୍ଧୁ ଭଞ୍ଜ, କୋଷାଧ୍ୟକ୍ଷ ଡ. ଶଶିଧର ବିଶ୍ୱାଳ, ଅଧ୍ୟାପକ ଦୋଳଗୋବିନ୍ଦ ମହାନ୍ତ, ନରସିଂହ ବାରିକ, ଅଚ୍ୟୁତ ମହାପାତ୍ର, ଭଗବତୀ ଦାଶ, ସତୀଶ ଚନ୍ଦ୍ର ବେହେରା ପ୍ରମୁଖ ବାରିପଦାର ଇଷ୍ଟଦେବୀ ମା ଅମ୍ବିିକାଙ୍କ ପୀଠରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

publive-image

ଜାଗ ମୟୂରଭଞ୍ଜ ଜାଗ ପକ୍ଷରୁ ପ୍ରସିଦ୍ଧ ବାରୁଣୀ ଶିବ ମନ୍ଦିରରେ ୧୦୧ ଦୀପଦାନ

‘ଜାଗ ମୟୁରଭଞ୍ଜ ଜାଗ’ର ସଭାପତି ଓ ଟ୍ରଷ୍ଟି ସୋନାଲି ପ୍ରିୟଦର୍ଶନୀ ବେହେରାଙ୍କ ନେତୃତ୍ୱରେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ବାରିପଦାର ଐତିହାସିକ ବାରୁଣୀ ଶୈବ ପୀଠରେ ୧୦୧ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଛି। ଏହି ଅବସରରେ ପ୍ରତିମା ଟୁଙ୍ଗ, ସୁଶିଳା ଟୁଙ୍ଗ, ମାତଙ୍ଗୀନୀ ଚଣ୍ଡ, ଡଲି ସାହା, ଇନ୍ଦ୍ରମଣି ରାଉତରାୟ, ଅଞ୍ଜନୀ ମହାନ୍ତି, ସନ୍ଧ୍ୟାରାଣୀ ବେହେରା, ସସ୍ମିତା ଦାସ, ଶିବାନୀ ଦାସ, ସାମଳି ଜେନା, ବାସନ୍ତି ଖିଲାର, ସୁବର୍ଣା ଟୁଙ୍ଗ, ସଞ୍ଜୁଲତା ଗିରି, ଦୁର୍ଗାମଣି ନାଥ, ନନିୱାଲା ନାଥ, ଲଷ୍ମୀ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ବିଜୁ ଛାତ୍ର ଜନତା ଦଳ

ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ଅମିତ କୁମାର ବୈଠାଙ୍କ ନେତୃତ୍ୱରେ ବାରିପଦା ଷ୍ଟେସନବଜାରସ୍ଥିତ ମା’ ତାରିଣୀଙ୍କ ପୀଠରେ ଦୀପଦାନ କରାଯାଇଛି। ଏହି ଅବସରରେ ଅରୁଣ କୁମାର ପ୍ରଧାନ, ରାଜେନ୍ଦ୍ର ଦେହୁରୀ, ବିଶ୍ୱଜିତ ଗିରି, ଶିବଶଙ୍କର ଦାସ, ହେମନ୍ତ ବେହେରା, ଅଭିରାମ ଦାଶ, ସିପୁ ଦାସ, ଅଭିରାମ ରଣା ପ୍ରମୁଖ ଉପସ୍ଥିତ ଥିଲେ।

publive-image

ସୂଚନାଯୋଗ୍ୟ, ଗତକାଲି କରୋନା ପଜିଟିଭ ଚିହ୍ନଟ ହେବା ପରେ ସୌମ୍ୟରଂଜନ ପଟ୍ଟନାୟକ ନିଜେ ଟୁଇଟ କରି ଏସଂପର୍କରେ ସୂଚନା ଦେଇଥିଲେ। ଏହା ପରେ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ସହ ସବୁ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe