ସ୍ଵାମୀର ନିର୍ଯାତନା ସହି ନପାରି ୭ ମାସର ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା

Advertisment
ସ୍ଵାମୀର ନିର୍ଯାତନା ସହି ନପାରି ୭ ମାସର ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା

thehansindia.com

ଉମରକୋଟ: ସ୍ଵାମୀର ନିର୍ଯାତନାକୁ ସହି ନପାରି ଜଣେ ୭ ମାସର ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ତହରା ଗ୍ରାମ ପଞ୍ଚାୟତର ଅର୍ଜୁନପାଣି ଗ୍ରାମରେ ଘଟିଛି। ଏନେଇ ମହିଳାଙ୍କ ବାପା ଘନ ଭତରା ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଧୋଡ୍ରା ଗ୍ରାମ ନିକଟସ୍ଥ ଭିମାଗୁଡା ଗ୍ରାମର ଘନ ଭତରାଙ୍କ ଝିଅ ରାଧା ଭତରା ୭ ବର୍ଷ ତଳେ ଅର୍ଜୁନପାଣି ଗ୍ରାମର ନଲ ଭତରାଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ନଲ ରାଧାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ନିର୍ଯାତନାକୁ ସହି ନ ପାରି ରାଧା ୩ ଥର ଘରକୁ ପଳାଇ ଆସିଥିଲେ।

କିନ୍ତୁ ବାପା ବୁଝାସୁଝା କରିବା ପରେ ରାଧା ସ୍ଵାମୀଙ୍କ ନିକଟକୁ ଯାଇଥିଲେ। କିନ୍ତୁ ସ୍ଵାମୀର ନିର୍ଯାତନାକୁ ରାଧା ଆଉ ସହି ନ ପାରି ଆଜି ବଡି ଭୋରରୁ ଆତ୍ମହତ୍ୟା କରିଛନ୍ତି। ଆଉ ସବୁଠାରୁ ଦୁଃଖଦ ଘଟଣା ହେଲା ଆତ୍ମହତ୍ୟାବେଳକୁ ସେ ୭ ମାସର ଗର୍ଭବତୀ ଥିଲେ। ଖବର ପାଇ ଉମରକୋଟ ଥାନା ଅଧିକାରୀ ଦୀପକ କୁମାର ଜେନା, ସବ ଇନ୍ସପେକ୍ଟର ନିଲୀମା ପାଣିଗ୍ରାହୀ ଅର୍ଜୁନପାଣି ଗ୍ରାମରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ସ୍ଵାମୀ ନଲ ଭତରାକୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe