ଜଳବନ୍ଦୀ ଅଂଚଳରେ ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

Advertisment
ଜଳବନ୍ଦୀ ଅଂଚଳରେ ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ଥିବା ବିଛିନ୍ନାଞ୍ଚଳ ବାସୀଙ୍କ ଦୁର୍ଦଶାର ଦୁଃଖ ପୁଣି ଥରେ ଦେଖିବାଜୁ ମିଳିଛି। କଳାହାଣ୍ଡି ଜିଲ୍ଲା ଥୁଆ ମୁଲରାମପୁର ବ୍ଲକ ଅନ୍ତର୍ଗତ ଭିତର ଡୁଙ୍ଗା ଗାଁର ୩୦ ବର୍ଷୀୟ ଗୁରୁବାରୀ ମାଝୀ ନାମକ ଗର୍ଭବତୀ ମହିଳାଙ୍କୁ ଆଜି ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହାପରେ ସ୍ଥାନୀୟ ଆଶାକର୍ମୀ ବୋଟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସଟି ଜଳ ଭଣ୍ଡାର ଘାଟ ନିକଟରେ ପହଞ୍ଚିଥିଲା।

ତେବେ ଭିତରଡୁଙ୍ଗା ଗ୍ରାମରୁ ଜଳଭଣ୍ଡାର ଘାଟ ପର୍ଯ୍ୟନ୍ତ ଆସିବା ପାଇଁ ଦେଢ଼ କିଲୋମିଟର ରାସ୍ତା ନଥିବାରୁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଅଣ ଅସାରିୟା ରାସ୍ତା ଦେଇ ଗର୍ଭାବତୀଙ୍କୁ ଖଟିଆରେ ଦେଢ଼ କିଲୋମିଟର ବୋହି ଆଣିବାକୁ ପଡିଥିଲା। ପରେ ବୋଟ ଆମ୍ବୁଲାନ୍ସ ଯୋଗେ ପୋଡାଗଡ ଘାଟକୁ ଅଣାଯିବା ପରେ ଘାଟ ନିକଟରେ ପୂର୍ବରୁ ଅପେକ୍ଷା କରିଥିବା ୧୦୮ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ବର୍ତମାନ ଗର୍ଭବତୀ ମହିଳା ଜଣକ ଦିନ ୧୧ ଘଣ୍ଟା ସମୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡିଛି। ଉଭୟ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଡାକ୍ତର ସଚିକାନ୍ତ ଲେଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe