କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା: ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

Advertisment

ଆମ୍ବୁଲାନ୍‌ସ ସେବା ଓ ମା’ ଗୃହ ଯୋଜନା ଫେଲ

ଆମ୍ବୁଲାନ୍‌ସ ସେବା ଓ ମା’ ଗୃହ ଯୋଜନା ଫେଲ

କନ୍ଧମାଳରେ ପୁଣି ଜନନୀ ଯନ୍ତ୍ରଣା: ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ତୁମୁଡିବନ୍ଧ: କନ୍ଧମାଳରେ ପୁଣି ଦେଖା ଦେଇଛି ଜନନୀ ଯନ୍ତ୍ରଣାର ବେଦନା। ଗାଁକୁ ଆମ୍ବୁଲାନ୍‌ସ ପହଂଚି ନ ପାରିବାରୁ କୁଟିଆ ସଂପ୍ରଦାୟର ଜଣେ ଗର୍ଭବତୀ ମହିଳାଙ୍କୁ ଗାଁ ଲୋକେ ୩ କିଲୋମିଟର ଖଟିଆରେ ବୋହିଛନ୍ତି। ଆମ୍ବୁଲାନ୍‌ସ ଅଭାବ କାରଣରୁ ଏଭଳି ଏକ କରୁଣ ଚିତ୍ର ଆସିଛି ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତର ସୁସାଭଟା ଗାଁରୁ।

ସୂଚନା ଅନୁସାରେ ଆଜି ଏହି ଗ୍ରାମର କୃଷ୍ଣ ମାଝୀଙ୍କ ସ୍ତ୍ରୀ ନିୟମ ଦେଇ ମାଝୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏ ନେଇ ସ୍ଥାନୀୟ ଆଶାକର୍ମୀ କମଳା ନାୟକ ପହଂଚି ଆମ୍ବୁଲାନ୍‌ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଦୁଇଟି ଆମ୍ବୁଲାନ୍‌ସ ମଧ୍ୟରୁ ଗୋଟିଏ ଖରାପ ଥିବା କହି ଅନ୍ୟଟି ରୋଗୀ ଆଣିବାକୁ ଅନ୍ୟତ୍ର ଯାଇଥିବା କୁହା ଯାଇଥିଲା। ତେଣୁ ବାଧ୍ୟ ହୋଇ ଆଶାକର୍ମୀ ଗର୍ଭବତୀ ମହିଳାଙ୍କ ସହ ତିନି କିଲୋମିଟର ଚାଲିଥିଲେ। ପରେ ଏକ ଅଟୋ ଯୋଗେ ତୁମୁଡିବନ୍ଧ ମେଡିକାଲରେ ପହଂଚି ଥିଲେ।

publive-image

ନିୟମ ଦେଇ ମାଝୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବେଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଦୁର୍ଗମ ଅଂଚଳରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ମାତୃତ୍ୱ ଲାଭ ନେଇ ଆମ୍ବୁଲାନ୍‌ସ ସେବା ଠାରୁ ଆରମ୍ଭ କରି ଭ୍ରାମ୍ୟମାଣ ପ୍ରସବ ଭ୍ୟାନ, ବାଇକ ଓ ଅଟୋ ଆମ୍ବୁଲାନ୍‌ସ ସହ ମା’ ଗୃହ ମାଧ୍ୟମରେ ଗର୍ଭବତୀ ସ୍ତ୍ରୀଙ୍କୁ ପୂର୍ବରୁ ପ୍ରସ୍ତୁତ ରହିବା ଭଳି ବ୍ୟବସ୍ଥା ଥିବା ସତ୍ତ୍ୱେ ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ବାରମ୍ବାର କିପରି ଘଟୁଛି। ଯଦି ଆମ୍ବୁଲାନ୍‌ସ ଅଚଳ ତେବେ ସଜଡା ଗଲାନାହିଁ କହିଁକି? ନିଶ୍ଚିତ ଭାବେ ଆମ୍ବୁଲାନ୍‌ସ ସେବା ବାଧାପ୍ରାପ୍ତ ନେଇ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe