ଆସନ୍ନପ୍ରସବାଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି

Advertisment
ଆସନ୍ନପ୍ରସବାଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି

ବାଲେଶ୍ବର: ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲାର ପ୍ରା‌ୟ ସମସ୍ତ ବ୍ଲକର ଆସନ୍ନ ପ୍ରସବାଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାରେ ମୋଟ ୬୦୦ ଜଣଙ୍କୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆଜି ରାତିସୁଦ୍ଧା ପାଖାପାଖି ୩୫୦ ଆସନ୍ନପ୍ରସବାଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ଜଣାପଡ଼ିଛି।

ବାଲିଆପାଳ, ବାହାନଗା, ରେମୁଣା, ସଦର, ଭୋଗରାଇ ବ୍ଲକରୁ ଅଧିକ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସୋର ବ୍ଲକରୁ କିଛି ଆସନ୍ନପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ତେବେ କରୋନା ସଂକ୍ରମଣ ଭୟରେ ସେମାନେ ଡାକ୍ତରଖାନା ଆସିବାକୁ ରାଜି ହେଉନାହାନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ବୁଝାଇସୁଝାଇ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି।

ସୂଚନାଯୋଗ୍ୟ, କୋଭିଡ୍‌ ନିୟମ ଅନୁସାରେ ୨୨ରୁ ୨୭ ତାରିଖ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଜରିଆରେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe