ଦାରୁଚୟନ ନେଇ ଗୁମର ଖୋଲିଲେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର : ଗୋଟିଏ ସ୍ଥାନରୁ କେମିତି ମିଳିଲା ତିନି ଦାରୁ, ଏସି ଗାଡ଼ିରେ ଖୋଜାହେଲା ଦାରୁ, କଣ୍ଟାବାଡ଼ିଆ ଦାରୁ ବି ବଛା ହେଲା !

ଦାରୁଚୟନ ନେଇ ଗୁମର ଖୋଲିଲେ ଦଇତା ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର : ଗୋଟିଏ ସ୍ଥାନରୁ କେମିତି ମିଳିଲା ତିନି ଦାରୁ, ଏସି ଗାଡ଼ିରେ ଖୋଜାହେଲା ଦାରୁ, କଣ୍ଟାବାଡ଼ିଆ ଦାରୁ ବି ବଛା ହେଲା !

ପୁରୀ: ନବକଳେବର ସମୟରେ ହୋଇଥିବା ବ୍ରହ୍ମ-ବିଭ୍ରାଟ ଘଟଣାରେ ଦାୟୀ ବିବେଚିତ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖାଲିଛନ୍ତି ଦଇତା ନିଯୋଗର ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର । ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦାରୁ ଚୟନ ବେଳେ ଅନିୟମିତତା ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଦାରୁ ଚୟନ ଲାଗି ବର୍ଷ ବର୍ଷ ଧରି ପ୍ରଚଳିତ ପରମ୍ପରାକୁ ଭାଙ୍ଗି ଦିଆଯାଇଥିବା ସେ ସ୍ୱୀକାର କରିଛନ୍ତି। ଏହାକୁ ବିରୋଧ କରି ସେ ଆଜି ଫଳ ଭୋଗୁଛନ୍ତି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି। ସେ ସୁଦର୍ଶନଙ୍କ ଦାରୁ ଚୟନ ପରେ ମୁଁ ଫେରି ଆସିଥିଲେ ମଧ୍ୟ ମତେ ବ୍ରହ୍ମ-ବିଭ୍ରାଟ ଘଟଣାରେ ମୋତେ ଦାୟୀ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ପୁରୀରେ ସୋମବାର ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦାରୁଚୟନ ନେଇ ଅନେକ ଗୁମର ଖୋଲିଛନ୍ତି ଦଇତା ନିଯୋଗର ସଂପାଦକ ପ୍ରେମାନନ୍ଦ ଦାସମାହାପାତ୍ର। ସେ କହିଛନ୍ତି, ଇତିହାସରେ ପ୍ରଥମ ଥର ଗୋଟିଏ ଅଞ୍ଚଳରୁ ୩ ଜିଉଙ୍କ ଦାରୁ ମିଳିଲା। ଏଥିପାଇଁ କାହାକୁ ସ୍ୱପ୍ନାଦେଶ ହେଲା ତାହା ମୁଁ ଜାଣି ପାରିଲି ନାହିଁ। ପୁଣି ରାତିରେ ଖୋଜା ହେଲା ଦାରୁ। ଏସବୁ ପରମ୍ପରାକୁ ସମ୍ପୂର୍ଣ୍ଣ ଭଙ୍ଗ ହୋଇଛି। ଆମେ ଦାରୁ ଚାଲି ଚାଲି ଖୋଜିଥାଉ କିନ୍ତୁ ଏଥର ସୌଖୀନ୍‌ କାର୍‌ରେ ବସି ଦାରୁ ଚୟନ ହୋଇଛି। ଦାରୁ ଚୟନ ନେଇ ମୁଁ କୌଣସି କଥା ଜାଣି ନାହିଁ, ଦାରୁ ଚୟନ ପାଇଁ ୩ ବାଡଗ୍ରାହୀ ନିଷ୍ପତ୍ତି ନେଇଥିଲେ। ଏହାପରେ ସଭାପତି ଓ ସମ୍ପାଦକଙ୍କୁ ଜଣାଇଥିଲେ। ତେବେ କିଛିଦିନ ହେଲା ଯେଉଁ ଦାରୁ ଫିକ୍ସିଂ ନେଇ ଯେଉଁ ଅଭିଯୋଗ ଉଠିଛି ସେଥିରେ କୌଣସି ସଂପୃକ୍ତି ନ ଥିବା କଥା କହିଛନ୍ତି ପ୍ରେମାନନ୍ଦ ଦାସମହାପାତ୍ର। ଅନ୍ୟପକ୍ଷରେ ସେ କଣ୍ଟା ବାଡ଼ିଆ ହୋଇଥିବା ଦାରୁ ଚୟନ କରାଯାଇଥିବା କଥାକୁ ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି।

କେବଳ ଏତିକି ନୁହେଁ, ଯେଉଁମାନେ ରାତିରେ ଦାରୁ ଖୋଜୁଥିଲେ ସେମାନେ କେବଳ ସ୍ୱପ୍ନାଦେଶ ଆଳରେ ଖୋଜୁଥିଲେ। ରାତିରେ ସେମାନେ ସୌଖୀନ୍‌ କାର୍‌ ଧରି କେଉଁ ଆଡେ ଯାଉଥିଲେ ତାହା ବି ଜଣାନାହିଁ ବୋଲି କହିଥିଲେ ଦଇତା ନିଯୋଗର ସଂପାଦକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe