ମହାମହିମ ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ମହାମହିମ ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ରାଇରଙ୍ଗପୁର: ଆସନ୍ତା ଫେବୃୟାରୀ ୨୮ ତାରିଖ ବୁଧବାର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ବାୟୂସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ଅପରାହ୍ନ ୪.୪୫ ରେ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ଅବତରଣ କରିବା ପରେ ୦୫.୧୫ ରେ ରାଇରଙ୍ଗପୁର ନିକଟସ୍ଥ ମହୁଲଡିହା କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ହୋଲିଡେ ହୋମର ଶିଳାନ୍ୟାସ କରିବେ । ସେହି ସ୍ଥାନରୁ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ବାଇପାସ୍ ରାସ୍ତା, କନ୍ଟାବଣୀ ଗ୍ରାମ ନିକଟରେ ଉପଖଣ୍ଡରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ସ୍ପୋର୍ଟସ କମ୍ପଲେକ୍ସ ଓ ଏସଟି ଏସ୍ସି ରିସର୍ଚ୍ଚ ସେଣ୍ଟର ନିର୍ମାଣ ନିମନ୍ତେ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିବେ | ତାସହିତ ବଡସାହିସ୍ଥ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ ଆଭାସୀ ମାଧ୍ୟମରେ କରିବେ ବୋଲି ସୂଚନା ମିଳିଛି । ପରେ ସନ୍ଧ୍ୟା ୬ ଘଟିକାରେ ନିଜ ବାସସ୍ଥାନକୁ ଯିବେ । ସେଠାରେ ୬.୩୦ ରୁ ୭ ଟା ପର୍ଯ୍ୟନ୍ତ କିଛି ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ସାକ୍ଷାତ କାର୍ଯ୍ୟକ୍ରମ ପରେ ସେଠାରେ ନିଜ ପରିବାର ସହିତ ରାତ୍ରଭୋଜନ କରିବା ପରେ ରାତ୍ରୀଯାପନ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମହୁଲଡିସ୍ଥ ସଭାସ୍ଥଳରେ ବିଶାଳ ତୋରଣ କରାଯାଇଥିବା ବେଳେ ସୁରକ୍ଷା ନିମନ୍ତେ ସଭାସ୍ଥଳର ଚାରିପଟେ ବାଉଁଶରେ ବ୍ୟାରିକେଡ଼ କରାଯାଇଛି । ସେହିପରି ମହୁଲଡିହାସ୍ଥ ତାଙ୍କ ବାସଭବନର କଡା ସୁରକ୍ଷା ପାଇଁ ଉଭୟ ପାର୍ଶ୍ୱରେ ବାଉଁଶର ବ୍ୟାରିକେଡ୍ କରାଯାଇଛି । ତେବେ ମହାମହିମଙ୍କ ଗସ୍ତ ସମୟରେ ବାରିପଦାଠାରେ ତାଙ୍କ ଅଭିଭାଷଣ ସମୟରେ ବିଦ୍ୟୁତ କାଟ୍ ହୋଇଥିବାରୁ ତାହାର ପୁନରାବୃତ୍ତି ନହେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ କିପରି ନିରବଚ୍ଛିନ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ଏନେଇ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ଏହାବ୍ୟତିତ ଗସ୍ତ ସମୟରେ କୌଣସି ଅସୁବିଧା ନହେଉ ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ଆଜିଠାରୁ ଜିଲ୍ଲାର ବିଭିନ୍ନ ଥାନାର କର୍ମଚାରୀମାନେ ରାଇରଙ୍ଗପୁର ଆସି ବିଭିନ୍ନ ଲଜ୍,ହୋଟେଲ୍,ଗେଷ୍ଟ ହାଉସ୍ ସମେତ ବିଶ୍ରାମଗାର ଗୁଡିକରେ ହଜାର ହଜାର ପୁଲିସ ଆସି ରହୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe