ଆଉ ୪ ଚିହ୍ନଟ ପରେ କଣ୍ଟେନମେଣ୍ଟ ଓ ବଫର ଜୋନରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିବିଧ ପଦକ୍ଷେପ

Advertisment
ଆଉ ୪ ଚିହ୍ନଟ ପରେ କଣ୍ଟେନମେଣ୍ଟ ଓ ବଫର ଜୋନରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିବିଧ ପଦକ୍ଷେପ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଷଷ୍ଠ ଆକ୍ରାନ୍ତ ଏବେ ରାଉରକେଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ, ଆଉ ଚାରିଜଣ କୋଭିଡ-୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ଘର କଣ୍ଟେନମେଣ୍ଟ ଜୋନରେ ହୋଇଥିବା ବେଳେ ସେମାନେ ଷଷ୍ଠ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସି ନିଜେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା। ପୁରୁଷ ଦୁଇ ଜଣଙ୍କ ବୟସ ଯଥାକ୍ରମେ, ୨୭ ଓ ୩୮ ଏବଂ ମହିଳାଙ୍କ ବୟସ ହେଉଛି ୩୫ ଓ ୫୫। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ସମସ୍ତ ୪ ଜଣଙ୍କ କୋଭିଡ-୧୯ ସମ୍ପର୍କିତ କୌଣସି ଲକ୍ଷଣ ନାହିଁ।

କଣ୍ଟେନମେଣ୍ଟ ଜୋନରେ ଗତକାଲି ରାତି ସୁଦ୍ଧା ୫୦୬୨ ଘର ମଧ୍ୟରୁ ୪୭୫୫ ଘରେ ସ୍କ୍ରିନିଂ କରାଯାଇଛି। ଆଜି ବି ସ୍କ୍ରିନିଂ ଚାଲିଛି। ଆଜି ସକାଳୁ ସ୍ୱାସ୍ଥ୍ୟ ଟିମ୍ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସଂପୃକ୍ତ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି। ସେହିପରି ମହାନଗର ନିଗମର ୨୦ଟି ଟିମ୍ ସଂପୃକ୍ତ ଅଞ୍ଚଳରେ ସାନିଟାଇଜେସନ କାର୍ଯ୍ୟ ଜାରି ରଖିଛନ୍ତି। ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ଲିକ୍ୟୁଇଡ ବ୍ଲିଚିଂ ସ୍ପ୍ରେ କରୁଛନ୍ତି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯଥା, ରାସନ ସାମଗ୍ରୀ, ପରିବା, ଫଳ, ଔଷଧ ଓ କ୍ଷୀର ଯୋଗାଇଦେବା ଲାଗି ବିଭିନ୍ନ ଟିମ୍ ନିୟୋଜିତ ଅଛନ୍ତି।

publive-image

କଣ୍ଟେନମେଣ୍ଟ ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସ୍ୱତନ୍ତ୍ର ହେଲ୍ପଲାଇନ ଖୋଲାଯାଇଛି। ଏହି କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ଲାଗି ମହାନଗର ନିଗମର କମିଶନର ଆଜି ନିଜେ ଅନ୍ୟ ଅଧିକାରୀ ମାନଙ୍କ ସହ ସଂପୃକ୍ତ ଅଞ୍ଚଳରେ ବୁଲି ବୁଲି ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ଡ୍ରୋନ ମାଧ୍ୟମରେ ସଂପୃକ୍ତ ଅଞ୍ଚଳର ମନିଟରିଂ କରାଯାଇଥିଲା। ସାନିଟାଇଜେସନ କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଟ୍ରାକ୍ଟର ମାଉଣ୍ଟେଡ ସ୍ପ୍ରେୟାର ମେସିନ୍ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ଅଣାଯାଇଛି। ପ୍ରଥମେ କଣ୍ଟେନମେଣ୍ଟ ଅଞ୍ଚଳରେ ତାହା ସ୍ପ୍ରେ କରିବ। ସେହିପରି ଦୁଇ ଚାରିଦିନ ମଧ୍ୟରେ ଡ୍ରୋନ ଯୋଗେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଲିକ୍ୟୁଇଡ ବ୍ଲିଚିଂ ସ୍ପ୍ରେ କରାଯିବ ବୋଲି ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡା ଗଣମାଧ୍ୟମକୁ ଏହା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe