ଆନ୍ଦୋଳନ ପାଇଁ ଜିଲ୍ଲା ସମସ୍ତ ବର୍ଗର ଶିକ୍ଷକଙ୍କ ପ୍ରସ୍ତୁତି ବୈଠକ

ଆନ୍ଦୋଳନ ପାଇଁ ଜିଲ୍ଲା ସମସ୍ତ ବର୍ଗର ଶିକ୍ଷକଙ୍କ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ୪ ଦଫା ଦାବି ନେଇ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକଶିକ୍ଷୟିତ୍ରୀମାନେ ୫ ତାରିଖ ଠାରୁ ୧୧ ଦିନିଆ ଆନ୍ଦୋଳନ କରିବେ। ଏନେଇ ଏକ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଶିକ୍ଷକ ଭବନ (ଓଷ୍ଟା) ଠାରେ ଅନୁଷ୍ଠିତ ହୋଇଯାଇଛି।

ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ୫ ତାରିଖ ଠାରୁ ୧୬ ତାରିଖ ଯାଏଁ ଜିଲ୍ଲାର ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏଥିରେ ଦାବି ପୂରଣ ନହେଲେ ୧୬ ତାରିଖରୁ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏନେଇ ପ୍ରତି ବ୍ଳକରୁ ୪ଜଣ ଶିକ୍ଷକଙ୍କୁ ନେଇ ଏକ ଜିଲ୍ଲା କମିଟି ଗଠନ କରାଯାଇଛି। ୫ ତାରିଖ ପୂର୍ବାହ୍ଣରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯିବ। ଦାବିଗୁଡ଼ିକ ସମ୍ପର୍କରେ ଜିଲ୍ଲା ସମ୍ପାଦକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ କହିଛନ୍ତି ଯେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ବେତନ, ନୂତନ ପେନ୍‌ସନ ଉଚ୍ଛେଦ, ୬ ବର୍ଷର ୬ଟି ନୋସନାଲ୍ ଇଂକ୍ରିମେଂଟ୍‌ ପ୍ରଦାନ, ଏକ୍ସ କ୍ୟାଡର ଉଚ୍ଛେଦ ଆଦି ଦାବି ରହିଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏୟୁପିଟିଏଫ୍‌ର ସଭାପତି ଯମ୍ବେଶ୍ବର ମଲିକ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସଂଗଠନର କୋଷାଧ୍ୟକ୍ଷ ଆଲୋକ ରଂଜନ ସାହୁ, ରାଜ୍ୟ ଉପସଭାପତି ସୁକାନ୍ତି ସାବତ, ଜିଲ୍ଲା ସଂଗଠନର ଉ​ଦଦେଷ୍ଟା ବସନ୍ତ କୁମାର ପ୍ରହରାଜ, ମଞ୍ଜୁ ଦେଈ ପ୍ରମୁଖଙ୍କ ସହ ବ୍ଲକସ୍ତରୀୟ ସଂଗଠନର କର୍ମକର୍ତାମାନେ ଯୋଗ ଦେଇଥିଲେ। ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅଗାଧୁ ସେଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe